ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭୀମସାର), ବୁର୍ଲାରେ ନୂତନ ଭାବେ ଖୋଲିଥିବା ସରକାରୀ ନର୍ସିଂ କଲେଜ ପାଇଁ ୨୪ଟି ଅଧ୍ୟାପକ ଓ ୭ଟି ଅଣଶିକ୍ଷକ କର୍ମଚାରୀ ପଦବି ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନୁମୋଦନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ପଦବି ସୃଷ୍ଟି ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଏସବୁ ପଦବି ମଧ୍ୟରେ ଗୋଟିଏ ଲେଖାଏଁ ପ୍ରିନ୍ସିପାଲ୍, ଭାଇସ୍ ପ୍ରିନ୍ସିପାଲ୍, ପ୍ରଫେସର ପଦବି ସହିତ ୩ଟି ଆସୋସିଏଟ୍ ପ୍ରଫେସର ପଦବି, ୮ଟି ଆସିଷ୍ଟାଣ୍ଟ ପ୍ରଫେସର/ଲେକଚରର୍ ଏବଂ ୧୦ଟି ଟ୍ୟୁଟର ପଦବି ଅନ୍ତର୍ଭୁକ୍ତ। ସେହିପରି ଅଣଶିକ୍ଷକ ପଦବି ମଧ୍ୟରେ ଗୋଟିଏ ଲେଖାଏଁ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର, ଅଫିସ ସୁପରିନ୍ଟେଣ୍ଡେଣ୍ଟ, ପ୍ରିନ୍ସିପାଲ୍ଙ୍କ ପିଏ, ଆକାଉଣ୍ଟାଣ୍ଟ, ସିନିୟର କ୍ଲକ, ୨ଟି ଜୁନିୟର କ୍ଲକ ପଦବି ରହିଛି।
ଏହି ସରକାରୀ ନର୍ସିଂ କଲେଜରେ ୨୦୧୮-୧୯ ଶିକ୍ଷାବର୍ଷରେ ବେସିକ୍ ବିଏସ୍ସି ନର୍ସିଂ ନିମନ୍ତେ ୫୦ଟି ସିଟ୍, ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପାଇଁ ୨୫ଟି ଏବଂ ଏମ୍ଏସ୍ସି ନର୍ସିଂ ନିମନ୍ତେ ୨୫ଟି ସିଟ୍କୁ ଭାରତୀୟ ନର୍ସିଂ ପରିଷଦ ମାର୍ଗଦର୍ଶନ ଅନୁଯାୟୀ ମଞ୍ଜୁରି ଦିଆଯାଇଛି।