ସମୁଦ୍ରକୂଳ ଝାଉଁବଣରେ ଝୁଲୁଛି ଯୁବକର ମୃତ ଦେହ

ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ରକୂଳ ଝାଉଁବଣରେ ଝୁଲୁଛି ଜଣେ ଯୁବକର ମୃତ ଦେହ | ଆଜି ସକାଳେ ଏକ ଝାଉଁ ଗଛରେ ଦଉଡ଼ିରେ ବନ୍ଧା ଯୁବକ ଝୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସେମାନେ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଜଟାଧାରୀ ମୁହାଣ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି | ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ପୁଲିସ୍ ଖୋଳତାଡ଼ କରୁଥିବା ଜଣାଯାଇଛି।

ମୃତ ଯୁବକଙ୍କର ପରିଚୟ ମିଳିଛି। ସେ ହେଲେ ନିକଟସ୍ଥ ନୂଆବଜାର ଅଞ୍ଚଳର ପ୍ରମୋଦ କମଳା | ତେବେ ସେ ଆତ୍ମହତ୍ୟା କରିଛନ୍ତି କି କିଏ ତାଙ୍କୁ ହତ୍ୟା କରିଛି, ତାହା ଜଣାପଡ଼ି ନାହିଁ | ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ପ୍ରମୋଦଙ୍କ ପରିବାର ପକ୍ଷରୁ ଏହାକୁ ନେଇ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି | ଏହି ଘଟଣା ପାରାଦୀପରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର