୫ରୁ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଜୁଲାଇ ୩ ଯାଏ ସେଭଳି ବର୍ଷା ନାହିଁ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଏହା ପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ଜୁଲାଇ ୫ରୁ ବର୍ଷାର ପରିମାଣ ବଢ଼ିବ। କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ମୌସୁମୀ ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଗତ ୧୨ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବାଧିକ ୪୫ ମି.ମି. ବର୍ଷା ହୋଇଥିବା ବେଳେ ଟିଟିଲାଗଡ଼ରେ ୩୭.୭, ବଲାଙ୍ଗୀରରେ ୨୧, ବାରିପଦାରେ ୨୦, ସୋନପୁର ଓ ଦାରିଙ୍ଗବାଡ଼ିରେ ୮, ଭୁବନେଶ୍ୱରରେ ୭.୧ ମି.ମି. ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ତାପମାତ୍ରା କିନ୍ତୁ ବଢ଼ିଛି। ଚାନ୍ଦବାଲିରେ ଆଜି ରାଜ୍ୟର ସବୁଠାରୁ ଅଧିକ ତାପମାତ୍ରା ୩୬.୫ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଭବାନୀପାଟଣାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ଅନୁଗୁଳରେ ୩୫.୧, ବାଲେଶ୍ୱର ଓ ବାରିପଦାରେ ୩୫, ଢେଙ୍କାନାଳରେ ୩୪.୨, ସୋନପୁରରେ ୩୪ ଡିଗ୍ରି ରହିଥିଲା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକର ତାପମାତ୍ରା ମଧ୍ୟ ୩୦ ଡିଗ୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର