ଡିଜିଙ୍କ ପରେ ଏବେ ମୁଖ୍ୟସଚିବଙ୍କ ପାଳି!, ବଦଳିବେ ବଡ଼ବଡ଼ିଆ

ଭୁବନେଶ୍ବର : ସେଂଯାଗ କ୍ରମେ େହଉ ପଛେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳି ଦାୟିତ୍ବ େନବା ପରେ ଦୁଇଟି ବଡ଼ ଘଟଣା ସାମ୍ନାକୁ ଆସିଲାଣି। ରାଜ୍ୟ ସରକାର ହଠାତ୍ ପୁଲିସ ଡିଜିଙ୍କୁ ସାମ୍ବିଧାନିକ ପଦବିରେ ଅବସ୍ଥାପିତ କରିବା ଲାଗି ବାଟ େଖାଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସର୍ବୋଚ୍ଚ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜେଶ ବର୍ମା େକନ୍ଦ୍ରୀୟ େଡପୁଟେସନରେ ଯାଉଛନ୍ତି। ଏବେ କ୍ଷମତା କରିଡରରେ ଚର୍ଚ୍ଚା େଜାର ଧରିଲାଣି େଯ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ବଦଳାଇ କୌଣସି ସାମ୍ବିଧାନିକ ପଦବିରେ ଥଇଥାନ କରିବେ କି? ନା ତାଙ୍କୁ ସମ୍ମାନର ସହିତ ସେହି ପଦବିରେ ଅବସର େନବା ଲାଗି ସୁେଯାଗ ଦେବେ?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପ୍ରଶାସନିକ ସଂସ୍କାର ଉପରେ େଜାର ଦେଉଛନ୍ତି। ଏଥିପାଇଁ ଅଫିସରମାନଙ୍କ କାନରେ ‘୫ଟି’ ମନ୍ତ୍ର ଫୁଙ୍କିଛନ୍ତି। ପ୍ରତି ମାସରେ ସେ ନିଜେ ସମୀକ୍ଷା କରିବେ। କିନ୍ତୁ ବର୍ତମାନ ସ୍ଥିତି ଯାହା ଏକାଧିକ ପଦବି କା’ରେ ଚାଲିଛି ଓ ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ ବାବୁମାନେ ବର୍ଷ ବର୍ଷ ଧରି ରହିଛନ୍ତି। ଏଣୁ େଯ କୌଣସି ମୁହୂର୍ତରେ ଆଇଏଏସ ସ୍ତରରେ, ବିେଶଷକରି ପ୍ରଶାସନିକ ଶୀର୍ଷସ୍ତରରେ ବଡ଼ ଧରଣର ଅଦଳବଦଳ େହାଇପାରେ। ଏ େନଇ କସରତ ଜାରି ରହିଛି।

କୌତୂହଳର କଥା େହଲା, ରାଜ୍ୟ ସରକାର ନିକଟରେ ଯେଭଳି ଲୋକାୟୁକ୍ତ ସଦସ୍ୟ ଓ ରାଜ୍ୟ ସୂଚନା ଆେୟାଗ ସଦସ୍ୟ ଚୟନ କରିବାକୁ ଯାଇ ପୁଲିସ ମହାନିେର୍ଦଶକଙ୍କୁ େସଠାରେ ଥଇଥାନ କରିବା ଲାଗି ନିଷ୍ପତ୍ତି େନଇଛନ୍ତି, ସେମିତି ଏବେ ଏକାଧିକ ସାମ୍ବିଧାନିକ ପଦବିରେ ବାବୁମାନଙ୍କ ଥଇଥାନ ଲାଗି ବାଟ େଖାଲି ଦିଆଯାଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକଙ୍କ କାର୍ଯ୍ୟକାଳ ଇତିମଧ୍ୟରେ େଶଷ େହାଇଛି। ସେହିଭଳି ରାଜ୍ୟ ସମବାୟ ନିର୍ବାଚନ କମିସନର କୃଷ୍ଣଗୋପାଳ ମହାପାତ୍ରଙ୍କର କାର୍ଯ୍ୟକାଳ ମଧ୍ୟ ସରିଗଲାଣି। କିନ୍ତୁ ନିୟମ ଅନୁସାରେ,ସେଠାରେ ନୂଆ ନିଯୁକ୍ତି ନ େହବା ଯାଏ, ଉଭୟ ଏହି ପଦବିରେ ଦାୟିତ୍ବ ନିର୍ବାହ କରିବେ।

ପୂର୍ବରୁ ମୁଖ୍ୟଶାସନ ସଚିବ ବା ସେହି ପାହ୍ୟାର ଅଧିକାରୀ ଏଭଳି ପଦବିରେ କାର୍ଯ୍ୟ କରିଛନ୍ତି। ସମବାୟ ନିର୍ବାଚନ କମିସନ ଦାୟିତ୍ବରେ ଏକଦା ରବି ନାରାୟଣ ସେନାପତି ଥିଲେ। ଅବଶ୍ୟ ପରେ ସେଠାରେ ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ରାଜ୍ୟ ନିର୍ବାଚନ କମିସନର ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ମୁଖ୍ୟଶାସନ ସଚିବ ପାହ୍ୟାର ସଂଜୀବ ଚନ୍ଦ୍ର େହାତା ଓ ରବି ନାରାୟଣ େସନାପତି ଅବସ୍ଥାପିତ େହାଇଥିଲେ। ମୁଖ୍ୟଶାସନ ସଚିବ ଭାବେ ଅବସର ନେବା ପରେ ଅଜିତ କୁମାର ତ୍ରିପାଠୀଙ୍କୁ ଏଠାରେ ନିଯୁକ୍ତି ମିଳିଥିଲା। ନିକଟରେ ଶ୍ରୀ ମହାପାତ୍ର ଓ ଶ୍ରୀ ନାୟକଙ୍କୁ ନିଯୁକ୍ତି ଦେଇ ସରକାର ଏହି ପଦବି େକ୍ଷତ୍ରରେ ରହୁଥିବା ବରିଷ୍ଠତା ମାପକାଠିରେ କିଛିଟା େକାହଳ କରିଛନ୍ତି।

କିନ୍ତୁ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ସରକାର କାହାକୁ ଆଖିରେ ରଖିଛନ୍ତି?

କେବଳ ସେତିକି ନୁେହଁ, ଇତିମଧ୍ୟରେ ଖାଦ୍ୟ ଆେୟାଗ ଅଧ୍ୟକ୍ଷ ପଦ ପାଇଁ ବିଜ୍ଞାପନ ବାହାରିଛି। ଦୁଇ ଜଣ ସଦସ୍ୟ ଚୟନ ଲାଗି ମଧ୍ୟ। ଖାଦ୍ୟ ଆେୟାଗ ଅଧ୍ୟକ୍ଷ ପଦର ଦରମା ମୁଖ୍ୟଶାସନ ସଚିବଙ୍କ ଦରମା ସହ ସମାନ। ସଦସ୍ୟଙ୍କ ଦରମା ପ୍ରମୁଖ ସଚିବ ପାହ୍ୟାର ଅଧିକାରୀଙ୍କ ସହ ସମାନ କରାଯାଇଛି। ଅଧ୍ୟକ୍ଷ ୩ ବର୍ଷ କାର୍ଯ୍ୟ କରିବେ, ସରକାର ଚାହିଁଲେ, ଆଉ ବର୍ଷେ ବଢାଇ ପାରନ୍ତି।

ସେହିଭଳି ନିକଟରେ ରାଜ୍ୟ ସୂଚନା କମିସନର େଗାଟିଏ ସଦସ୍ୟ ପଦବି ଲାଗି ଚୟନ ପ୍ରକ୍ରିୟା େଶଷ େହାଇଛି। ରାଜ୍ୟପାଳ ଅନୁେମାଦନ କରିସାରିଲେଣି। ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ହେଲେ ଆଉ ତିନି ଜଣ ସଦସ୍ୟଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ପ୍ରକାଶ ପାଇଛି। ରାଜ୍ୟ ସୂଚନା କମିସନର ସଦସ୍ୟଙ୍କ ଦରମା ମୁଖ୍ୟଶାସନ ସଚିବଙ୍କ ସହିତ ସମାନ।
ମୁଖ୍ୟଶାସନ ସଚିବ ଓ ପ୍ରମୁଖ ସଚିବ ପାହ୍ୟାର ଏତେଗୁଡିଏ ସାମ୍ବିଧାନିକ ପଦବିରେ ନିଯୁକ୍ତି ବାଟ େଖାଲାଯାଇଥିବା ପରିପ୍ରେକ୍ଷୀରେ ପ୍ରଶାସନିକ ସ୍ତରର କିଛି ବରିଷ୍ଠ ଅଧିକାରୀଙ୍କୁ ଏଠାେର ଥଇଥାନ କରାଯିବା ସମ୍ଭାବନାକୁ ଏଡାଇ ଦିଆଯାଇପାରୁନାହିଁ।

ଅନ୍ୟପକ୍ଷରେ ସଚିବାଳୟ କରିଡରରେ ଚର୍ଚ୍ଚା େଜାର ଧରିଛି େଯ ରାଜ୍ୟ ସରକାର ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କୁ ପରବର୍ତୀ ମୁଖ୍ୟଶାସନ ସଚିବ ଭାବେ ନିଯୁକ୍ତି େଦବା ଲାଗି ମନସ୍ଥିର କରୁଛନ୍ତି। ୧୯୮୩ ବ୍ୟାଚର ଆଦିତ୍ୟ ପ୍ରସାଦ ପାଢୀ ୨୦୧୫ ନଭେମ୍ବର ୩୦ ତାରିଖରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ େନଇଥିଲେ। େଗାକୁଳ ଚନ୍ଦ୍ର ପତିଙ୍କ ଅବସର ପରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପାଢୀଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଥିଲା। ୨୦୨୦ େଫବ୍ରୁଆରିରେ ସେ ଚାକିରିରୁ ଅବସର ନେବେ। ଏଣୁ ୭ମାସ ଆଗରୁ ସରକାର ମୁଖ୍ୟସଚିବଙ୍କୁ ବଦଳାଇ ଏଭଳି କୌଣସି ସାମ୍ବିଧାନିକ ପଦବିରେ ଥଇଥାନ କରିବା ଚର୍ଚ୍ଚାକୁ ଅଣଦେଖା କରାଯାଉନାହିଁ।

ଏହା ପଛର ଆଉ ଏକ ଯୁକ୍ତି େହଉଛି, ବର୍ତମାନର ଉନ୍ନୟନ କମିସନର ତଥା ୧୯୮୬ ବ୍ୟାଚର ଅସିତ କୁମାର ତ୍ରିପାଠୀ ଆସନ୍ତା ୨୦୨୦ ଡିେସମ୍ବରରେ ଅବସର େନବେ। ଯଦି ଶ୍ରୀ ପାଢୀଙ୍କ ପରେ ତାଙ୍କୁ ନିଯୁକ୍ତି ମିଳେ, ତେବେ ସେ ମାତ୍ର ୧୦ ମାସ ପାଇଁ ମୁଖ୍ୟସଚିବ ରହିବେ। ଏଣୁ ପାଖାପାଖି ସାେଢ ଚାରିବର୍ଷ ଧରି ମୁଖ୍ୟଶାସନ ସଚିବ ରହିଆସିଥିବା କାରଣରୁ ଶ୍ରୀ ପାଢୀଙ୍କୁ ବଦଳାଇ ଶ୍ରୀ ତ୍ରିପାଠୀଙ୍କୁ ଏହି ପଦବି ଦେବା ଲାଗି େଗାଟିଏ େଗାଷ୍ଠୀ ଉଦ୍ୟମ ଆରମ୍ଭ କରିଛନ୍ତି।

ପ୍ରଶାସନିକ କରିଡରରେ ଏକଥା ବି ଚର୍ଚ୍ଚା ଚାଲିଛି େଯ ଯଦି ମୁଖ୍ୟସଚିବ ବଦଳନ୍ତି ଓ ଶ୍ରୀ ତ୍ରିପାଠୀଙ୍କୁ ଏହି ପଦବିେର ମିଳେ, ବରିଷ୍ଠତା କାରଣରୁ ରାଜ୍ୟ ସରକାର ୧୯୮୫ ବ୍ୟାଚ ଆଇଏଏସ୍ ଗଗନ ଧଳଙ୍କୁୁ କୌଣସି ସାମ୍ବିଧାନିକ ପଦବିରେ ନିଯୁକ୍ତି ଦେଇପାରନ୍ତି। ଅନ୍ୟଥା ତାଙ୍କୁ ସଚିବାଳୟରୁ ଦୂରରେ ରଖିବାକୁ ଯାଇ ରାଜସ୍ବ ପର୍ଷଦ ସଭ୍ୟ ଭାବେ ନିଯୁକ୍ତି ମିଳିପାରେ। ଆସନ୍ତା ୨୦୨୦ ଜାନୁଆରିରେ ଶ୍ରୀ ଧଳ ଅବସର େନଉଛନ୍ତି। ଏମିତି ହେଲେ, ପ୍ରଶାସନିକ ଶୀର୍ଷସ୍ତରରେ ତିନି ତିନିଟି ଗୁରୁତ୍ବପୂର୍ଣ୍ଣ ପଦବି ଖାଲି େହବ ଓ ଦୀର୍ଘ ଦିନ ଧରି କିଛି ଅଧିକାରୀ ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟା ପାଇ ବି େଗାଟିଏ ବିଭାଗର ସଚିବ ଭଳି ଦାୟିତ୍ବ ତୁଲାଉଥିବା କାରଣରୁ େଯଉଁ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ, ସେମାନଙ୍କୁ ନ୍ୟାୟ ଦିଆଯାଇପାରିବ।

ପ୍ରକାଶଥାଉକି, ୧୯୮୬ ବ୍ୟାଚ ଆଇଏଏସ୍ ତଥା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଅଛନ୍ତି। ନିକଟରେ ଏହି ବ୍ୟାଚର ଲକ୍ଷ୍ମୀ ନାରାୟଣ ଗୁପ୍ତା ସ୍ବେଚ୍ଛାକୃତ ଅବସର େନଇଯାଇଛନ୍ତି। ସୁଦର୍ଶନପାଲ ଠାକୁର କେବିକେ ପ୍ରଶାସକ ଦାୟିତ୍ବରେ ଓ ଜି ଭି ଭି ଶର୍ମା ରାଜସ୍ବ ପର୍ଷଦ ସଭ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ଶର୍ମା େକନ୍ଦ୍ରକୁ ଆଖେଇଛନ୍ତି। ନିକୁଞ୍ଜ କିେଶାର ସୁନ୍ଦରାୟ େକନ୍ଦ୍ରୀୟ ଡେପୁଟେସନରେ।

୧୯୮୭ ବ୍ୟାଚର ରାଜ କୁମାର ଶର୍ମା ଖଣିବିଭାଗ ଦାୟିତ୍ବ ତୁଲାଉଛନ୍ତି। ତୁହିନକାନ୍ତ ପାଣ୍ଡେ ମୁଖ୍ୟ ଆବାସିକ ଆୟୁକ୍ତ ଭାବେ ନୂଆଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି। ରାଜେଶ ବର୍ମା େକନ୍ଦ୍ରକୁ ଯିବେ। ୧୯୮୮ ବ୍ୟାଚର ପରାଗ ଗୁପ୍ତା େକନ୍ଦ୍ରୀୟ ଡେପୁଟେସନରେ ଥିବା ବେଳେ ସେହି ବ୍ୟାଚର ପ୍ରଦୀପ୍ତ ମହାପାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବରେ ଅଛନ୍ତି। ସେ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଏବେ ଏହି ଦାୟିତ୍ବ ଛାଡିବାକୁ ପଡିବ। ତାଙ୍କ ବ୍ୟତୀତ ସି ଜେ େବଣୁଗୋପାଳ ସୂଚନା ଓ ପ୍ରଯୁକ୍ତି ଦାୟିତ୍ବରେ ଅଛନ୍ତି।

ଅର୍ଥାତ୍ ଓଡ଼ିଶାରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ଥିବା ପ୍ରାୟ ଏ ସମସ୍ତ ଅଧିକାରୀଙ୍କୁ ନୂଆ ନିଯୁକ୍ତି ମିଳିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର