ଜୟପୁର: ଆଜି ପ୍ରତ୍ୟୁଷରେ ଜୟପୁର ବ୍ଲକ୍ର ଟାଙ୍କୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାମଣି ଗାଁ’ର ଜଣେ ବ୍ୟକ୍ତି ବିଜୁଳି ଆଘାତରେ ପ୍ରାଣ ହରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୪୬ ବର୍ଷିୟ ସୁରେଶ ହରିଜନ। ସେ ଆଜି ଭୋର୍ ସାଢ଼େ ପାଞ୍ଚଟା ପରେ ତାଙ୍କ ଘରକୁ ଟଣା ହୋଇଥିବା ସର୍ଭିସ୍ ତାରରେ ପଡ଼ିଥିବା ଏକ ଓଦା ଗାମୁଛା ଆଣିବା ବେଳେ ବିଜୁଳି ଆଘାତ ପାଇଥିଲେ। ଗତ କାଲି ବର୍ଷା ଯୋଗୁଁ ସର୍ଭିସ୍ ତାରକୁ ପାଣି ଗଡ଼ି ଆସିଥିଲା ଏବଂ ଗାମୁଛା ପଡ଼ିଥିବା ସ୍ଥାନରେ ତାରଟି ଲିକ୍ ଥିଲା।
ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଓ ଜଟିଳ ହୋଇ ପଡ଼ିଥିବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ।
ଖବର ପାଇ ଘଟଣାସ୍ଥଳରେ ଜୟପୁର ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୁରେଶଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।