ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ଧୁଳିଝଡ଼ରେ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ରାଜଧାନୀରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ଧୂଳିଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାଜଧାନୀ ସମେତ ଏହାର ଉପକଣ୍ଠରେ ପ୍ରବଳ ଧୂଳିଝଡ଼ ସହ ଜୋର୍‌ରେ ପବନ ହେବା ଯୋଗୁଁ ଚାରିଆଡେ ଧୂଳିମୟ ହୋଇଯାଇଛି।

ଧୂଳିଝଡ଼ ଯୋଗୁଁ ସମଗ୍ର ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି। ଏହାର ପ୍ରଭାବ ରାତି ୧୦ଟା ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି। କାଳବୈଶାଖୀ ଯୋଗୁଁ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ରାସ୍ତାକଡ଼ରେ ଥିବା ହୋଡିଂଗୁଡ଼ିକରେ ଲାଗିଥିବା ପୋଷ୍ଟରଗୁଡ଼ିକ ଛିଣ୍ଡି ଉଡୁଥିବାର ଦେଖିବାକୁ ମିଳିଛି।

ରାଜଧାନୀରେ ଅଚାନକ କାଳବୈଶାଖୀ ଯୋଗୁଁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପ୍ରବଳ ଧୂଳିଝଡ଼ ଯୋଗୁଁ ଚାରିଆଡେ ଧୂଳିମୟ ହୋଇ ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇଉଠିଥିଲା। ଏଥିସହିତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା।

ସମ୍ବନ୍ଧିତ ଖବର