କଳାହାଣ୍ଡି: ଶନିବାର ରାତିରେ ଜୟପାଟଣା ଅନ୍ତର୍ଗତ ଦୁଲୁକିବନ୍ଧ ଠାରେ କୌଣସି ଏକ ଅଜ୍ଞାତ ଗାଡ଼ି ସହ ଧକ୍କା ଖାଇ ଦୁଇ ଜଣ ମୋଟରସାଇକେଲ୍ ଆରୋହୀ ପ୍ରାଣ ହରାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଦୁଇ ମୋଟରସାଇକେଲ୍ ଆରୋହୀ ହେଉଛନ୍ତି ବିଜମରା ଗାଁ’ର ୩୦ ବର୍ଷୀୟ ପଦ୍ମନାଭ ରଣା ଏବଂ କୁଟୁରୁ ଗ୍ରାମର ୨୯ ବର୍ଷିୟ ସୌରଭ ପଣ୍ଡା। ଦୁର୍ଘଟନାସ୍ଥଳରେ ପଦ୍ମନାଭଙ୍କର ମୃତ୍ୟୁ ଘଟିଥିଲା। ସାଙ୍ଘାତିକ ଆହତ ଅବସ୍ଥାରେ ସୌରଭଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।
ଖବର ପାଇ ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ, ଦୁର୍ଘଟନା ଘଟାଇ ଦୁଇ ବାଇକ୍ ଆରୋହୀଙ୍କ ପ୍ରାଣ ନେଇଥିବା ଗାଡ଼ିର ସନ୍ଧାନ ମିଳି ନାହିଁ।