ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଭାବେ ଦାୟିତ୍ବ ଗ୍ରହଣ କରିଲେ କ୍ରିଷନ କୁମାର

ପୁରୀ:  ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି  କ୍ରିଷନ କୁମାର(ଆଇଏ ଏସ୍) ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ମାହେନ୍ଦ୍ର ବେଳା ୧୨ଟା ୫ ମିନିଟ ସମୟରେ ଦାୟିତ୍ବ ଗ୍ରହଣ କରିଥିବା ଜଣାଯାଇଛି। ଏହାପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଏହାପରେ କ୍ରିଷନ କୁମାର କହିଛନ୍ତି ଯେ ଶ୍ରୀମନ୍ଦିରର ବିକାଶ, ମହାପ୍ରଭୁଙ୍କ ନିର୍ବିଘ୍ନ ନୀତିକାନ୍ତିକୁ ସେ ଗୁରୁତ୍ବ ଦେବେ । ଏହାଛଡ଼ା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଦିଆଯିବ ବୋଲି କ୍ରିଷନ କୁମାର କହିଛନ୍ତି।

 

 

ସମ୍ବନ୍ଧିତ ଖବର