ନୂଆପଡ଼ାରେ କଲରାପତ୍ରିଆ ପୁଣି ମାରିଲା ଛେଳି ଓ ବାଛୁରୀ

ନୂଆପଡ଼ା: ରବିବାର ରାତିରେ କୋମନା ବ୍ଲକ୍‌ ଦେଓବରା ଗ୍ରାମରେ ଦୁଇଟା କଲରାପତରିଆ ବାଘ ପଶି ଦୁଇଟି ବାଛୁରୀ ମାରି ଖାଇଛନ୍ତି, ଦୁଇଟି ଛେଳିକୁ ମାରି ପକାଇଛନ୍ତି ଓ ଅନ୍ୟ ଦୁଇଟି ଛେଳିଙ୍କୁ ନେଇ ଯାଇଛନ୍ତି ବୋଲି ଗ୍ରାମବାସୀମାନେ କହୁଛନ୍ତି।

ଦୁଇଟିଯାକ କଲରାପତରିଆ ରାତିରେ ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଏହି ଗୃହପାଳିତ ଜୀବମାନଙ୍କୁ ମାରିଥିବା ଲୋକେ କହୁଛନ୍ତି।

ଖବର ପାଇ ବନବିଭାଗ କର୍ମଚାରୀମାନେ ଦେଓବରା ଗ୍ରାମକୁ ଯାଇ ପହରା ଦେଉଛନ୍ତି। ଗାଁରେ କଲରାପତରିଆ ପଶୁଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର

Comments are closed.