ନିଜ ହାତ କାଟିଲେ ବିଫଳ ପ୍ରେମିକ

ନୀଳଗିରି : ପ୍ରେମରେ ବିଫଳ ହୋଇ ବ୍ଲେଡ୍‌ରେ ନିଜ ହାତକାଟି ଗୁରୁତର ହୋଇଛନ୍ତି ଜଣେ ଯୁବକ। ତାଙ୍କୁ ଚିକିତ୍ସା ପାଇଁ ନୀଳଗିିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଘଟିଛି ନୀଳଗିରି ବ୍ଳକ ସଜନାଗଡ଼ ପଞ୍ଚାୟତ ବିଶ୍ୱାଳସାହି ଗାଁରେ। ସୂଚନା ଅନୁଯାୟୀ, ଗ୍ରାମର ହରିହର ମଲ୍ଲିକଙ୍କ ପୁଅ ସନ୍ତୋଷ (୨୨) ଛତ୍ରପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲପାଉଥିଲେ। ପରସ୍ପର ମୋବାଇଲରେ ଦୀର୍ଘ ସମୟ ଧରି କଥା ହେଉଥିଲେ। ମାତ୍ର ୩/୪ଦିନ ପୂର୍ବରୁ ଯୁବତୀ ଜଣକ ପ୍ରେମିକ ସନ୍ତୋଷ ସହିତ କଥା ନ ହେବାରୁ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗତକାଲି ସନ୍ତୋଷ ଯୁବତୀଙ୍କ ଘରକୁ ଯାଇଥିଲେ। ହେଲେ ଯୁବତୀ ତାଙ୍କ ସହ କଥା ହେବାକୁ ମନାକରି ଦେଇଥିଲେ। ଫଳରେ ହତାଶ ହୋଇ ସନ୍ତୋଷ ମାତ୍ରାଧିକ ମଦ୍ୟପାନ କରିବା ସହ ବ୍ଲେଡରେ ନିଜ ବାମ ହାତକୁ କାଟି ଲହୁଲୁହାଣ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର