ଜଳେଶ୍ୱର : ଜଳେଶ୍ୱରର ଏକ ଲଣ୍ଡ୍ରି ଦୋକାନକୁ ଇସ୍ତ୍ରୀ ପାଇଁ ଆସିଥିବା ଏକ ପ୍ୟାଣ୍ଟରେ ଭୁଲରେ ୬୮ ହଜାର ଟଙ୍କା ରହିଯାଇଥିଲା। ଦୋକାନୀ ଜଣକ ସମ୍ପୃକ୍ତ ଗ୍ରାହକଙ୍କୁ ଏହି ଟଙ୍କା ଫେରାଇ ମହତ ପଣିଆ ଦେଖାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜଳେଶ୍ୱର ହାଟଛକ ନିକଟରେ ସ୍ଥାନୀୟ ପଥରପୁରା ଗ୍ରାମର ଦୁଇ ଭାଇ କେ ଶିବୁ ଓ କେ ରାଜିଆଙ୍କ ବାବା ପୁରୁଷୋତ୍ତମ ଲଣ୍ଡ୍ରି ନାମକ ଏକ ଦୋକାନ ରହିଛି। ଗତ ୧୩ ତାରିଖରେ ଜଳେଶ୍ୱର ବ୍ଲକ କଲ୍ୟାଣପୁର ଗ୍ରାମର ଭାଗବତ ଚନ୍ଦ୍ର ଦାସ ତାଙ୍କର କିଛି ପ୍ୟାଣ୍ଟ, ସାର୍ଟ ଇସ୍ତ୍ରୀ ପାଇଁ ଏହି ଦୋକାନରେ ଦେଇଥିଲେ। ତେବେ ଇସ୍ତ୍ରୀ କରୁଥିବା ବେଳେ ଭାଗବତଙ୍କ ପ୍ୟାଣ୍ଟରେ ୬୮ ହଜାର ଟଙ୍କା ଥିବା ଲଣ୍ଡ୍ରି ମାଲିକ କେ. ଶିବୁ ଜାଣିବାକୁ ପାଇଥିଲେ। ଆଜି ସକାଳେ କୌଣସି କାମ ପାଇଁ ଅର୍ଥ ଆବଶ୍ୟକ ଥିବାରୁ ଭାଗବତ ଟଙ୍କା ଖୋଜିବା ପରେ ପାଇ ନ ଥିଲେ। ପରେ ଟଙ୍କାତକ ଇସ୍ତ୍ରୀ କରିବାକୁ ଦେଇଥିବା ପ୍ୟାଣ୍ଟରେ ରଖିଦେଇଥିବା ମନେ ପଡ଼ିବା ପରେ ଦୋକାନକୁ ଆସିଥିଲେ। ତେବେ ଦୋକାନରେ ପହଞ୍ଚିବା ପରେ ତାଙ୍କ ଟଙ୍କା ସୁରକ୍ଷିତ ଥିବା ଜାଣିବା ପରେ ଖୁସି ହୋଇଥିଲେ। ସୂଚନାଯୋଗ୍ୟ ଯେ, ଭାଗବତ ପୂର୍ବରୁ ଧାନବିକ୍ରି ବାବଦକୁ ଏହି ଟଙ୍କା ପାଇଥିଲେ।