ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯ ପରାମର୍ଶଦାତା ବୈଠକ: ଓଡ଼ିଶା ପରିପ୍ରେକ୍ଷୀରେ ସର୍ବୋତ୍ତମ ଓ ସୁଚିନ୍ତିତ ପ୍ରସ୍ତାବ ଦିଆଯିବ

ଭୁବନେଶ୍ୱର: କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ ଯାହା ସର୍ବୋତ୍ତମ ହେବ, ସେପରି ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଚିଠା ଜାତୀୟ ଶିକ୍ଷା ନୀତି ୨୦୧୯କୁ ତର୍ଜମା କରି ଓଡ଼ିଶାର ସାମାଜିକ, ଭୌଗଳିକ ଓ ମାନବ ସମ୍ବଳ ସ୍ଥିତିକୁ ବିଚାର କରି କେନ୍ଦ୍ର ସରକାରଙ୍କୁ ସୁଚିନ୍ତିତ ମତାମତ ପରାମର୍ଶ ଦେବା ପରିପ୍ରେକ୍ଷୀରେ ବୁଧବାର ରାଜ୍ୟସ୍ତରୀୟ ପରାମର୍ଶଦାତା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ, ଓଡ଼ିଶା ତରଫରୁ ଏଭଳି ପ୍ରସ୍ତାବ ଦେବା ଉଚିତ ଯାହା ଜାଣିବା ପରେ ଅନ୍ୟମାନେ କହିବେ, ଏଥିରେ ସେମାନଙ୍କ ମନକଥା ମଧ୍ୟ କୁହାଯାଇଛି ଏବଂ ଜାତୀୟ ପ୍ରେକ୍ଷାପଟ ମଧ୍ୟ ରହିଛି।

ପୂର୍ବ ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ‘ଶିକ୍ଷା ହବ’ ଭାବରେ ପରିଚିତ। ଏଠାରେ ସଂସ୍କୃତ, ସଂସ୍କୃତି, ଓଡ଼ିଆ, କୃଷି, ଯାନ୍ତ୍ରିକ ବିଦ୍ୟା, ମୌଳିକ ବିଜ୍ଞାନ, ଭେଷଜ ଶାସ୍ତ୍ର, ଆଇନ, ମ୍ୟାନେଜମ୍ୟାଣ୍ଟ, ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମ, କେନ୍ଦ୍ରୀୟ ମହିଳା, ଏକକ ମାନ୍ୟତାପ୍ରାପ୍ତ ଆଦି ଉଚ୍ଚଶିକ୍ଷାର ବହୁ ଅନୁଷ୍ଠାନ ରହିଛି।

ସମ୍ବନ୍ଧିତ ଖବର