ପୁଣି ମେଘାଳୟ ଯିବେ ଅଗ୍ନିଶମ ବିଭାଗର ୨୦ କର୍ମଚାରୀ

କଟକ : ମେଘାଳୟର ଜଉଁତିଆ ପାହାଡ଼ରେ କୋଇଲା ଖଣିର ଜଳ ପତ୍ତନ ବର୍ତ୍ତମାନ ସୁଦ୍ଧା କମିନାହିଁ। ତେଣୁ ଓଡ଼ିଶା ଅଗ୍ନିଶମ ବିଭାଗର ଆଉ ଏକ ୨୦ ଜଣିଆ ଟିମ ଆସନ୍ତାକାଲି ମେଘାଳୟ ଗସ୍ତରେ ଯିବ। ଏହି ଟିମ୍‌ ମେଘାଳୟରେ ପହଞ୍ଚିବା ପରେ ପୂର୍ବରୁ ମେଘାଳୟରେ ଥିବା ଓଡ଼ିଶାର ୨୦ ଜଣିଆ ଅଗ୍ନିଶମ ଟିମ୍‌ ଫେରି ଆସିବାକୁ ନିଷ୍ପତ୍ତି ହୋଇଛି। ଗତ ୪ ତାରିଖରୁ ପମ୍ପ ସେଟ୍‌ରେ ପାଣି ଶୁଖାଇବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କମିଥିବା ୬ ଇଞ୍ଚ ପାଣି ପୁଣି ଖଣିରେ ଭର୍ତ୍ତି ହୋଇଯାଇଛି। ଯଦ୍ବାରା ଅଗ୍ନିଶମ ବିଭାଗ ପାଇଁ ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର