ମେ’ ମାସ ଶେଷ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ୍‌ ପରୀକ୍ଷା ଫଳ ଆଗାମୀ ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ। ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶନ ନେଇ ଶୁକ୍ରବାର ବୋର୍ଡ ସଂପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା କାମ ଶେଷ ହୋଇଚି ଏବଂ ଚଳିତ ବର୍ଷ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଛି।

ସୂଚନାଯୋଗ୍ୟ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଥିବା ମାଟ୍ରିକ୍‌ ପରୀକ୍ଷାରେ ଏଥର ୫ ଲକ୍ଷ ୮୭ ହଜାର ୭୨୦ ଜଣ ନିୟମିତ ଏବଂ ଅନିୟମିତ ପରୀକ୍ଷାର୍ଥୀ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।

ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷା ସଂପନ୍ନ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସ୍ୱତନ୍ତ୍ର ସ୍କାର୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ପରୀକ୍ଷା ଆରମ୍ଭରୁ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଘଟଣା ପାଇଁ ଦାୟୀ କୁହାଯାଇଥିବା କିଛି ସୁପରିଟେଣ୍ଡେଣ୍ଟ ଏବଂ କର୍ମଚାରୀ ମଧ୍ୟ ଚାକିରିରୁ ନିଲମ୍ବିତ ହୋଇଥିଲେ।

 

ସମ୍ବନ୍ଧିତ ଖବର