ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ବଳଦେବଜୀଉ ମନ୍ଦିରର ଉନ୍ନତି ଲାଗି ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

1

କେନ୍ଦ୍ରାପଡା : ଆଜି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ  ଅପରାହ୍ଣ ୫ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରୁ ଜିଲ୍ଲାର ବିଧାୟକ ଓ ସାଂସଦଙ୍କ ସହ ଶ୍ରୀବଳଦେବଜୀଉ ମନ୍ଦିରକୁ ବାହାରି ଥିଲେ। ଅପରାହ୍ଣ ୫.୧୦ ମିନିଟରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚି ସ୍ନାନ ମଣ୍ଡପରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନକରି ୫.୨୦ ମିନିଟରେ ପ୍ରସ୍ଥାନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିରର ଉନ୍ନତି ଲାଗି ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ସାହୁ, ଶଶିଭୂଷଣ ବେହେରା  ଓ ପାଟକୁରାର ଦଳୀୟ ପ୍ରାର୍ଥ ସାବିତ୍ରୀ ଅଗ୍ରଓ୍ୱାଲ୍ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଏଥିସହ ମନ୍ତ୍ରିମଣ୍ଡଳର  ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମୀର ଦାସ ଓ ଅରୁଣ ସାହୁ ପ୍ରମୁଖ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ।

ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ  ନିକଟରେ ବିଜେଡି ସୁପ୍ରିମୋ କେନ୍ଦ୍ରାପଡ଼ାରେ ଦଳର ବିଜୟ ପାଇଁ  ମାନସିକ କରିଥିଲେ । କେନ୍ଦ୍ରାପଡାରେ ବିଜେଡିର  ବିପୁଳ ବିଜୟ ହାସଲ କରିବା ପରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡା ଗସ୍ତରେ ନବୀନ ଆସିଥିବା ଆଲୋଚନା  ହେଉଛି। ।  ଶ୍ରୀବଳଦେବଜୀଉଙ୍କ ନିକଟରେ ନବୀନ ମାନସିକ କରିଥିବା କଥାକୁ ସାମ୍ନାକୁ ଆଣିଛନ୍ତି କେନ୍ଦ୍ରାପଡାର ନବ ନିର୍ବାଚିତ ସାଂସଦ ଅନୁଭବ ମହାନ୍ତି । ତେବେ ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ମାନସିକ କରିବା ରାଜ୍ୟ ରାଜନୀତି ପାଇଁ ଏକ ରୋଚକ ଖବର। ଆଗକୁ ପାଟକୁରା ବିଧାନସଭା ଉପନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ତାତ୍ପର୍ଯ୍ୟ ଥିବା ଚଚ୍ଚର୍ଚ୍ଚା ହେଉଛି।

ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ଶ୍ରୀବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ କେନ୍ଦ୍ରାପଡା ଉପରେ ପୂରା ରାଜ୍ୟର ନଜର ରହିଥିଲା । ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ଟୀକା ପିନ୍ଧାଇବାକୁ କେନ୍ଦ୍ରାପଡାରେ ଡେରା ପକାଇଥିଲେ ବଡ ବଡ ନେତା । ଏପରିକି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଚାର କରିବାକୁ ଆସିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାରାଥନ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେନ୍ଦ୍ରାପଡାରେ ଭୋଟଗ୍ରହଣ ହେବାର ୨ ଦିନ ପୂର୍ବରୁ ତୁଳସୀକ୍ଷେତ୍ରରେ ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନବୀନ । ଏପ୍ରିଲ ୨୬ ଓ ୨୭ ଦୁଇଦିନ ଧରି କେନ୍ଦ୍ରାପଡାରେ ମାରାଥନ ପ୍ରଚାର ସହ ରୋଡ ସୋ କରିଥିଲେ ବିଜେଡି ସୁପ୍ରିମୋ । ଆଉ ଏହି କେନ୍ଦ୍ରାପଡା ଗସ୍ତ ସମୟରେ ହିଁ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଥିଲେ ନବୀନ । ବେଶ କିଛି ସମୟ ମନ୍ଦିରରେ ରହିବା ସହ ବିଜେଡି ପ୍ରାର୍ଥୀଙ୍କ ବିଜୟ ପାଇଁ ମାନସିକ କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଏହା ଉପରୁ ପରଦା ଉଠାଇଛନ୍ତି ଅନୁଭବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Mehak Bhatia says

    In Bhubaneswar many BSNL Prepaid Customers are saying that inside the Chydak Meadows Apartment B block located in Chandaka locality of Bhubaneswar are not getting the BSNL Signals connectivity and Internet connectivity because some antisocial elements are willfully Tampering the BSNL Signals connectivity and Internet connectivity.Internet is associated with the development of the people’s knowledge and Mobile Signals connectivity is essential for everyone to talk with their families.But wilful Tampering of Signals connectivity and Internet connectivity unauthorizedly is a Social Crime and hence BSNL Employees and Government of Odisha has to stop those people who are doing BSNL Signals connectivity Tampering.