ମାଲକାନଗିରି : କମ୍ବିଂ ଅପରେସନରେ ଲଗାମ ଲଗାଇବାକୁ ନକ୍ସଲ ସଂଗଠନ ନୂଆ ରଣନୀତି କରିଛି। ଜଙ୍ଗଲରେ ଯବାନଙ୍କ ଗତି କମାଇବା ସହ ସହଜରେ ଆମ୍ବୁସ ଲଗାଇ ହମଲା କରିବାକୁ ଘଞ୍ଚ ଜଙ୍ଗଲରେ ବସାଇଛି ଜାଲ। ଏହି ଜାଲରେ ଥରେ ଫସିଲେ ଆଉ ବାହାରି ହେବ ନାହିଁ। ଆଉ ଏହାର ସୁଯୋଗ ନେଇ ଆକ୍ରମଣ କରିବାକୁ ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜଙ୍ଗଲରେ ଶହ ଶହ ଗାତ ଖୋଲି ଦେଇଛନ୍ତି। ଏଥିରୁ ସୁକମା ଜିଲ୍ଲାରେ ୪୫ଟି ଗାତ ଠାବ ହୋଇ ସାରିଲାଣି। ନକ୍ସଲ ଆଗମୀ ନିର୍ବାଚନରେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଜିଲ୍ଲାର କୋବ୍ରା ବାଟାଲିୟନ ୨୦୧ କମାଣ୍ଡାଣ୍ଟ ରାକେଶ ରାଓଙ୍କ ନେତୃତ୍ବରେ କମ୍ବିଂ ଅପରେସନରେ ଯାଇଥିବା ଏହି ଗାତ ଗୁଡ଼ିକୁ ଦେଖିଥିଲେ। ଗାତ ଗୁଡିକରେ ଲୁହା କୀଳା ଗୁଡିକ ରଖାଯାଇଥିଲା। ସେଗୁଡିକୁ ଯବାନମାନେ ଅତି ସତର୍କତାର ସହ ଗାତରୁ କାଢ଼ିଥିଲେ। ପ୍ରାୟ୧୪୫ଟି ଲୁହା କୀଳା ଗାତରୁ ବାହାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁକମା ଜିଲ୍ଲା ଲଖାପାଲ ଜଂଗଲରେ ନକ୍ସଲ ଏତେ ଗାତ ଖୋଳି ଯବାନଙ୍କୁ ଆମ୍ବୁସରେ ଫସାଇବାକୁ ଯେଉଁ ଯୋଜନା କରିଥିଲେ ତାହା ଫସର ଫାଟିଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଏହି ଅଂଚଳ ସଂପୂର୍ଣ୍ଣ ଭାବେ ଘଞ୍ଚ ଜଂଗଲରେ ପରିପୂର୍ଣ୍ଣ। ନକ୍ସଲ ସହଜରେ ଏଠାରେ ଯବାନଙ୍କୁ ଟାର୍ଗେଟ କରିପାରିଥାନ୍ତେ। ଯେତେବେଳେ ଯବାନ ଏହି ରାସ୍ତା ଦେଇ କମ୍ବିଂକୁ ଯିବେ ସେତେବେଳେ ଏହି ଗାତରେ ପଡି ଫସି ଯାଇଥାନ୍ତେ। ନକ୍ସଲ ସହଜରେ ଏମାନଙ୍କୁ ଟାର୍ଗେଟ କରିପାରିଥାନ୍ତେ ବୋଲି ପୁଲିସ କହିଛି। ଗାତ ଠାବ ହେବାପରେ ଯବନାମାନେ ସତର୍କ ହୋଇଯାଇଥିବା ଜଣାପଡ଼ିଛି।