ପଣସନସା: ଯମ ବି ପହଞ୍ଚି ପାରିବନି

ଅନୁଦାନ ମିଳିଥିଲେ ବି ରାସ୍ତା କାମ ଆରମ୍ଭ ହୋଇନି, ଆବାସ ଯୋଜନାରେ କାହାକୁ ମିଳିନି ଘର

କେନ୍ଦୁଝର : ଇଚ୍ଛା ଥିଲେ ବି ପହଞ୍ଚି ପାରିବନି ଉପର ପଣସନସା କି ପାଦରେ ଚାଲି ଚାଲି ଗଲେ ପହଞ୍ଚି ପାରିବନି । ଏତେ ଅପହଞ୍ଚ ଯେ ଅଜଣା ଲୋକ ଏହି ଗାଁକୁ ଗଲେ ବାଟ ଭୁଲି ଯିବା ଥୟ । କିମ୍ବା ଅଧା ରାସ୍ତାରୁ ଫେରି ଆସିବାକୁ ବାଧୢ ହେ‌‌େବ । ଏଭଳି ଏକ ଅପହଞ୍ଚ ଗାଁ ହେଉଛି ଉପର ପଣସନସା। କେନ୍ଦୁଝର ଜିଲ୍ଲାର ଅପହଞ୍ଚ ଗାଁମାନଙ୍କ ମଧୢରେ ସବା ଆଗରେ ରହିଛି ପଣସନସା। କୁହାଯାଏ, ଯମ ବି ଏଠାରେ ପହଞ୍ଚି ପାରିବନି।

କେନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକ କୁଅଁର ପଞ୍ଚାୟତର ଏକ ଜୁଆଙ୍ଗ ଗାଁ ହେଉଛି ଉପର ପଣସନସା । କାଞ୍ଜିପାଣି ଘାଟିରୁ ପ୍ରାୟ ୬ କିଲୋମିଟର ପାହାଡ ଚଢ଼ି ଗଲେ ପଡେ ଏହି ଜୁଆଙ୍ଗ ଗାଁ । ଏହି ଗାଁକୁ ଯିବାକୁ ହେଲେ କାଞ୍ଜିପାଣି ଘାଟିରୁ ୩ଟି ପାହାଡ ଏବ˚ ୨ଟି ପାହାଡୀ ଝରଣା ପାର‌୍‌ ହେଲେ ଏହି ଗାଁ ପଡେ । କିନ୍ତୁ ଏହି ସୁଉଚ୍ଚ ପାହାଡ ଚଢ଼ିବା ଏବ˚ ଓହ୍ଲାଇବା ହିଁ ଏହି ଗାଁକୁ ଯିବାରେ ସବୁଠୁ ବାଧକ ସାଜିଛି । ଗମନା ଗମନ ଅବ୍ୟବସ୍ଥା ସହିତ ଶିକ୍ଷା କଥା ନ କହିଲେ ଭଲ। ଏଠାରେ ଜନ୍ମ ହେବା ଅର୍ଥ ପାଠରେ ଡୋରି ବାନ୍ଧିବା । ଯଦିଓ ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି । କିନ୍ତୁ ବିଦ୍ୟାଳୟ କେବଳ କାଗଜ ପତ୍ରରେ। ନା ବିଦ୍ୟାଳୟର ଘର ଅଛି ନା ବିଦ୍ୟାଳୟକୁ କେବେ ଶିକ୍ଷକ ଯାଆନ୍ତି । ବର୍ଷେକରେ କାଁ ଭାଁ କେବେ ଶିକ୍ଷକ ଜଣେ ନିଜ ଇଚ୍ଛାରେ ଯାଇ ଗାଁର ମୁଣ୍ତ ଘରେ ପିଲାମାନଙ୍କୁ ବସାଇ ଫେରି ଆସେ। ସେହିପରି ଶୈଶବ ବି ଅବହେଳିତ। ଏଠାରେ ଅଙ୍ଗନବାଡି ଘର ଖଣ୍ତେ ନାହିଁ । ଫଳରେ ଗାଁର ଅନାମ ଜୁଆଙ୍ଗଙ୍କ ଖପର ଘରେ କେବେ କେବେ ପିଲାମାନେ ବସିଥାନ୍ତି ।

ସବୁଠୁ ବଡ଼ ଦୁର୍ଭାଗ୍ୟ ହେଉଛି, ଏହି ଗାଁରେ କାହାରି ବି ଆବାସ ଯୋଜନାରେ ଘର ନାହିଁ । ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ସରକାର ଯେତେ ପ୍ରକାର ଡିଣ୍ତିମ ପିଟିଲେ ବି ଏଠାରେ ରହୁଥବା ସବୁ ଜୁଆଙ୍ଗଙ୍କ ଘର ଭଙ୍ଗା ଖପର । କାହାର କାହାର ପାଲଟଙ୍ଗା ଘର । ସେହିପରି କାହାର ବାଡିରେ ବି ନାହିଁ ପାଇଖାନା। ଏଠି ସରକାରଙ୍କ ସ୍ବଚ୍ଛତା ଅଭିଯାନ ସ˚ପୂର୍ଣ୍ଣ ବିଫଳ ।

ଖାଲି ସେତିକି ନୁହେଁ, ସୌଭଗ୍ୟ ଯୋଜନାରେ ସମସ୍ତଙ୍କୁ ବିଜୁଳି ସ˚ଯୋଗ ମିଳୁଥିଲେ ବି ଏ ଗାଁ ଆଜି ଯାଏ ବି ରହିଛି ସ˚ପୂର୍ଣ୍ଣ ଅନ୍ଧାର । ତେବେ ଏହି ଗାଁର କୌଣସି ବିକାଶ ମୂଳକ କାମ ନ ହୋଇ ପାରିବାର ସବୁଠୁ ବଡ଼ କାରଣ ହେଉଛି ଯୋଗାଯୋଗ ଅବ୍ୟବସ୍ଥା ବୋଲି ‘ଗ୍ରାଉଣ୍ଡଜିରୋ’ରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର