୫୧ ଜଣଙ୍କ ଚାଷ ଜମି ଲିଜ୍‌ ବାତିଲ ନିର୍ଦ୍ଦେଶନାମା ହାଇକୋର୍ଟରେ ରଦ୍ଦ

କଟକ : ପୁରୀ ଜିଲ୍ଲା ବ୍ରହ୍ମଗିର ଥାନା ଅନ୍ତର୍ଗତ ଧରଣୀକୁଡି ମୌଜାରେ ୫୧ ଜଣ ବ୍ୟକ୍ତିଙ୍କୁ ୧୯୭୪ରେ ପ୍ରଦାନ କରାଯାଇଥିବା ଚାଷ ଜମି ଲିଜ୍‌ ବାତିଲ ପାଇଁ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ହାଇକୋର୍ଟ ରଦ୍ଦ କରିଛନ୍ତି। ଲିଜ୍‌ ବାତିଲ ସହିତ ସ˚ପୃକ୍ତ ଜମିକୁ ସରକାରଙ୍କ ଅଧିନକୁ ଫେରାଇ ଆଣିବାକୁ ପୁରୀ ଜିଲ୍ଲାପାଳ ୨୦୦୦, ଅଗଷ୍ଟ ୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶନାମାକୁ ହାଇକୋର୍ଟ ରଦ୍ଦ କରିବା ସହିତ ଗରିବ ଲୋକଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଡକ୍ଟର ଜଷ୍ଟିସ ବି.ଆର‌୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ତପୀଠ ଲକ୍ଷ୍ମୀଧର ତରାଇ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର