ଭୁବନେଶ୍ୱର: ‘କାଳିଆ’ ଯୋଜନାର କାର୍ଯ୍ୟାନ୍ଵୟନ ତଦାରଖ ନିମନ୍ତେ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କାର୍ଯ୍ୟାନ୍ଵୟନ ସମନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। କାର୍ଯ୍ୟାନ୍ଵୟନ ସମୀକ୍ଷା କରି କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାକୁ ବାଦ ନପଡ଼ନ୍ତି ତାଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ପାଢ଼ୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ କାଳିଆ ଯୋଜନାର ୨ୟ ପର୍ଯ୍ୟାୟ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ତଥ୍ୟ ସମ୍ବଳିତ ତାଲିକା ବିଷୟରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପାଢ଼ୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଓଡ଼ିଶାର କୃଷକମାନଙ୍କୁ ସାମିଲ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଆବଶ୍ୟକୀୟ ତଥ୍ୟ ସଂପୃକ୍ତ ୱେବସାଇଟ୍ରେ ଅପ୍ଲୋଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଗର୍ଗ ଜଣାଇଥିଲେ ଯେ, ଇତି ମଧ୍ୟରେ ୧ମ ପର୍ଯ୍ୟାୟରେ ୧୩.୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩.୨୦ ଲକ୍ଷ ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଦିଆଯାଇଛି। ୨ୟ ପର୍ଯ୍ୟାୟରେ ମିଳିଥିବା ଦରଖାସ୍ତ ଗୁଡ଼ିକର ଯାଞ୍ଚ କରାଯାଇ ପ୍ରାୟ ୧୪.୨ ଲକ୍ଷ ପରିବାରଙ୍କର ତାଲିକା ପ୍ରସ୍ତୁତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଏହି ପରିବାର ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ‘ଅନ୍ଲାଇନ୍ ଟ୍ରାନସ୍ଫର’ କରାଯାଇଛି।