ସମୁଦ୍ରରେ ବୁଡ଼ି ଜଣେ ମୃତ

ପୁରୀ : ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଦୟାରାମ ଧାମଲ(୪୬) ନାମକ ପଶ୍ଚିମବଂଗର ଜଣେ ବ୍ୟକ୍ତି ଲହଡ଼ିରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଦୟାରାମ ଧାମଲ ଆଜି ପୁରୀ ବେଳାଭୂମି ବୁଲିବାକୁ ଯାଇଥିବାବେଳେ ସେଠାରେ ସ୍ନାନ କରିଥିଲେ। ତେବେ ଏକ ବଡ଼ ଲହଡ଼ି ମାଡ଼ରେ ସେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ କହିଛି ଯେ ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ଶାନ୍ତି ନିକେତନ ନିବାସୀ ମେଘ ଧାମଲଙ୍କ ୮ ଜଣ ପରିବାର ସଦସ୍ୟ ପୁରୀକୁ ଆସି ପଶ୍ଚିମଦ୍ବାର ନିକଟସ୍ଥ ନେପାଳୀ ଭବନରେ ରହୁଥିଲେ। ତେବେ ସେ ଗତକାଲି ପରିବାର ସଦସ୍ୟମାନଙ୍କ ସହିତ ବତୀଘର ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟଥିଲା।

ସମ୍ବନ୍ଧିତ ଖବର