ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୯୨ଟି ପଞ୍ଚାୟତ ପାଇଁ ୩୯.୮୩ କୋଟି

ଭୁବନେଶ୍ବର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯ କୋଟି ୮୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କଟକର ବଡ଼ମ୍ବା, ଦେବଗଡ଼ର ତିଲେଇବଣୀ, ଝାରସୁଗୁଡ଼ାର କୋଲାବିରା ଓ ରାଇକେଲା, କୋରାପୁଟର ବୋରିଗୁମ୍ମା ଓ ଜୟପୁର, ନୟାଗଡ଼ର ନୂଆଗାଁ, ପୁରୀର ଅସ୍ତରଙ୍ଗ ଓ ସୋନପୁରର ଡୁଙ୍ଗୁରିପାଲୀ ବ୍ଲକ ପାଇଁ ଅର୍ଥ ଅନୁେମାଦନ କରାଯାଇଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବଡ଼ମ୍ବା ବ୍ଲକର ୩୮ଟି ପଞ୍ଚାୟତ ପାଇଁ ୬.୦୨ କୋଟି ଟଙ୍କାରେ ୩୮୩ଟି ପ୍ରକଳ୍ପ, ତିଲେଇବଣୀ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୩.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, କୋଲାବିରା ବ୍ଲକର ୯ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାର ୫୮ଟି ପ୍ରକଳ୍ପ ଉପରେ େମାହର ଲାଗିଥିଲା। ସେହିଭଳି ଲାଇକେରା ବ୍ଲକର ୧୧ଟି ପଞ୍ଚାୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୩୪ଟି, ଜୟପୁର ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୮୩ଟି ପ୍ରକଳ୍ପ ଏବଂ ଡୁଙ୍ଗୁରିପାଲି ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୪.୩୨କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇଛି । ମୋଟ ୧୯୨ଟି ପଞ୍ଚାୟତ ପାଇଁ ୧୯୫୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏେବ ସୁଦ୍ଧା ରାଜ୍ୟର ୨୯୬ଟି ବ୍ଲକର ୬ ହଜାର ୪୪୬ଟି ଗ୍ରାମ ପଞ୍ଚାୟତ ପାଇଁ ୧ ହଜାର ୪୭୪ କୋଟି ୧ ଲକ୍ଷ ଟଙ୍କା ମଞ୍ଜୁର କରିସାରିଲେଣି । ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ବିଭାଗ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର