ଭୁବନେଶ୍ବର : ଆସନ୍ତା ୨ ବର୍ଷ ଭିତରେ ବଦଳିବ ଶ୍ରୀକ୍ଷେତ୍ରର ଚେହେରା। ରାଜଧାନୀ ଭୁବନେଶ୍ବର ସହିତ େଯାଡ଼ି େହବ ପୁରୀ। ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ବ ଓ ବଡ଼ଦାଣ୍ଡ, ପୁରୀ ସମୁଦ୍ର କୂଳକୁ ତିନିଟି ପର୍ଯ୍ୟାୟରେ ବିକାଶ କରାଯିବା ପରେ ଭୁବନେଶ୍ବର-ପୁରୀ ମଧ୍ୟରେ ବିଶ୍ବସ୍ତରୀୟ ପର୍ଯ୍ୟଟନର ଛାପ ଦେଖିବାକୁ ମିଳିବ। ବାରଣାସୀ କି ଭାଟିକାନ ସିଟିଭଳି ନୁେହଁ, ବରଂ ପୁରୀକୁ ବିଶ୍ବର େଶ୍ରଷ୍ଠ ଐତିହ୍ୟସ୍ଥଳୀରେ ପରିଣତ କରିବା ଲାଗି ରାଜ୍ୟ ସରକାର ଏଭଳି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ବ ଏହି େଯାଜନା ସଂପର୍କରେ ରାଜ୍ୟବାସୀଙ୍କୁ ନିଜେ ଜଣାଇବାକୁ ନିଷ୍ପତ୍ତି େନଇଛନ୍ତି। ୪ଟି ପର୍ଯ୍ୟାୟରେ ୫ହଜାର େକାଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ଲାଗି ମୁଖ୍ୟମନ୍ତ୍ରୀ ମନ ସ୍ଥିର କରିଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ େହାଇଛି। ଏଥିରେ ପାଞ୍ଚଟି ପ୍ରକଳ୍ପ ଲାଗି ପ୍ରାୟ ୨୨୬ େକାଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର। ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତ ଫାଇଲକୁ ଅନୁେମାଦନ ଦେବା ପରେ ୧୯ ତାରିଖରେ ପୂର୍ତ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ସେତିକି ନୁେହଁ, ଏହାର ତୁରନ୍ତ କାର୍ଯ୍ୟାନ୍ବୟନ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଲଗ୍ନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ େହାଇଛି। ମୁଖ୍ୟମନ୍ତ୍ରୀ ନିେର୍ଦଶରେ ଅବଢ଼ା େଯାଜନାରେ ହେବାକୁ ଥିବା ଏହି ବିକାଶ ପ୍ରକ୍ରିୟାରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିିସିସି) େନାଡାଲ ଏଜେନସି ଭାବେ କାର୍ଯ୍ୟ କରିବ। େଯାଜନା, ନକ୍ସା ଓ କାର୍ଯ୍ୟକାରିତା ସବୁ ଦାୟିତ୍ବ ତାଙ୍କର।
ଏଥିରେ ପୁରୀ େଜଲ େରାଡରେ ଥିବା ୩ ଏକର ଜମି ଉପରେ ବହୁତଳବିଶିଷ୍ଟ କାର୍ ପାର୍କିଂ ଓ ମାର୍କେଟିଂ କଂପ୍ଲେକ୍ସ ନିର୍ମାଣ ହେବ। େଯଉଁଥିରେ ୪୦୦ କାର୍ ଓ ୩୫୦ େଦାକାନୀଙ୍କୁ ସରକାର ଥଇଥାନ କରିବେ। ଏ ବାବଦରେ ୬୮ େକାଟି ଟଙ୍କା ଖର୍ଚ୍ଚ ହେବ। ଏହାଛଡ଼ା ପୁରୀ ବଡ଼ଦାଣ୍ଡ ସଂଲଗ୍ନ ମାର୍କେଟ ଛକରେ ଥିବା ମ୍ୟୁନିସପାଲଟି ମାର୍କେଟର ପୁନଃ ନିର୍ମାଣ କରାଯିବ। ଅତ୍ୟାଧୁନିକ ମାର୍କେଟରେ ପରିଣତ କରାଯିବ। ଏଠାରେ ୫୦୦ େଦାକାନୀଙ୍କୁ ସରକାର ଥଇଥାନ କରିବେ, ଯେଉଁଥିପାଇଁ ୩୮ େକାଟି ବ୍ୟୟ ବରାଦ େହାଇଛି।
ମାର୍କେଟରେ େଦାକାନୀଙ୍କ ବ୍ୟତୀତ ବଡ଼ଦାଣ୍ଡରୁ େଯତେ େଦାକାନୀଙ୍କୁ ସରକାର ଉଠାଇଛନ୍ତି ବା ଉଠାଇବେ, ସମସ୍ତଙ୍କୁ ସରକାର ଏଠାରେ ଥଇଥାନ କରିବେ। ଏହା ରାଜ୍ୟର ସବୁଠାରୁ ବଡ଼ ମାର୍କେଟ୍ କଂପ୍ଲେକ୍ସ େହବ ଏବଂ ଲିଫ୍ଟ, ଏସ୍କାେଲଟର, ଏସି ଆଦି ସବୁ ସୁବିଧା ସରକାର ପ୍ରଦାନ କରିବେ। କୌଣସି ପରିସ୍ଥିତିେର ବଡ଼ଦାଣ୍ଡରେ େଗାଟିଏ ବି ଉଠା େଦାକାନ ରହିବ ନାହିଁ।
ଅନୁରୂପ ଭାବେ ପୁରୀ ସମୁଦ୍ର କୂଳକୁ ସମ୍ପୂର୍ଣ୍ଣ େଦାକାନ ମୁକ୍ତ ଅଞ୍ଚଳ କରାଯିବ। ସମୁଦ୍ର ରାସ୍ତାରେ ସାଢ଼େ ତିନି ଏକର ପରିମିତ ଅଞ୍ଚଳ ଅର୍ଥାତ୍ ଯାତ୍ରିକାରେ ଅନୁରୂପ ଢଙ୍ଗରେ ଏକ ବହୁତଳ ବିଶିଷ୍ଟ ପାର୍କିଂ ଓ ମାର୍କେଟ୍ କଂପ୍ଲେକ୍ସ ନିର୍ମାଣ େହବ। ୪୦୦ କାର୍ ଓ ୪୦୦ େଦାକାନୀଙ୍କୁ ସରକାର ଏଠାରେ ସ୍ଥାୟୀ କରିବେ। ସାେଢ ତିନି େକାଟି ଟଙ୍କା ବ୍ୟୟରେ ଆଚାର୍ଯ୍ୟ ହରିହର ଛକ ଓ ଦିଗବାରେଣୀ ଛକର ବିକାଶ କରାଯିବ।
ପୁରୀ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ େଗାଟିଏ ସ୍ଥାନରେ ରଖିବା ଲାଗି ସରକାର େଯଉଁ ନିଷ୍ପତ୍ତି େନଇଥିଲେ, ସେଥିରେ ମୁଖ୍ୟମନ୍ତ୍ରୀ ଆଉ େଗାଟିଏ ପାଦ ଆଗକୁ ଯାଇଛନ୍ତି। ଏହାକୁ େଲାକସେବା ଭବନ-୨ ଭାବେ ମାନ୍ୟତା ମିଳିବ। ପୂର୍ବରୁ ସଚିବାଳୟକୁ ସରକାର େଲାକସେବା ଭବନ େବାଲି େଘାଷଣା କରିସାରିଛନ୍ତି। େଯତେ ବଡ଼ ବାତ୍ୟା ଆସୁନା କାହିଁକି, ତାହାକୁ ଦୃଷ୍ଟିରେ ରଖି ସରକାର ଏହାର ନକ୍ସା ପ୍ରସ୍ତୁତ କରିଛନ୍ତି। ୧୦ ଏକର ଜମି ଉପରେ ୬୫ େକାଟି ବ୍ୟୟରେ ଏହାକୁ ନିର୍ମାଣ କରିବା ଲାଗି େଯାଜନା େହାଇଛି। ଫଳରେ ଜିଲ୍ଲାର େଯ କୌଣସି କାମ ପାଇଁ ଆଉ ଏଠାକୁ ସେଠାକୁ ଯିବାକୁ ପଡ଼ିବ ନାହିଁ, େଗାଟିଏ େକାଠାରେ ସମୁଦାୟ କାର୍ଯ୍ୟ େଲାକେ ପାଇପାରିବେ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୨୩ ତାରିଖ ଅର୍ଥାତ୍ ଜନ୍ମାଷ୍ଟମୀ ଦିନ ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ଦ୍ବିତୀୟ ପ୍ୟାକେଜ୍ େଘାଷଣା କରିପାରନ୍ତି। ସେ ଦିନ ଏ ସଂକ୍ରାନ୍ତ ବୈଠକ ଡକାଯାଇଛି। ଏହି ପର୍ଯ୍ୟାୟରେ ବିଶ୍ବସ୍ତରୀୟ ଏକ ପ୍ରକଳ୍ପକୁ ଅନୁେମାଦନ ଦିଆଯିବ। ସରକାର ରାଜଧାନୀ-ଶ୍ରୀମନ୍ଦିର ମଧ୍ୟରେ ଦୂରତା କମାଇବା ପାଇଁ ୟୁେରାପୀୟ ଢାଞ୍ଚାରେ ଏକ ନୂଆ ପ୍ରକଳ୍ପ ପୁରୀରେ କରିବେ। ନୂଆ ଜାତୀୟ ରାଜପଥକୁ ପୁରୀ ବଡ଼ଦାଣ୍ଡ ସହ ସିଧା େଯାଡ଼ିବା ଲାଗି ସମ୍ଭବତଃ ଏହି ପ୍ରକଳ୍ପ େଘାଷଣା କରାଯାଇପାରେ।
ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୁରୀ ବଡ଼ଦାଣ୍ଡ ସହିତ ସମାନ୍ତରାଳ ଭାବେ ଯାଇଥିବା ଦୁଇଟି ରାସ୍ତାର ବିକାଶ ଓ ପ୍ରଶସ୍ତ କରାଯିବ। ଡାକ୍ତରଖାନା ଛକଠାରୁ କୌଣସି ଯାନବାହାନ ଆଉ ଶ୍ରୀମନ୍ଦିରକୁ ଯିବ ନାହିଁ। ଏସି ବ୍ୟାଟେରି ଗାଡ଼ିରେ ବା ପର୍ଯ୍ୟଟକ ଚାଲି ଚାଲି ମହାପ୍ରଭୁଙ୍କ ପାଖକୁ ଯିବେ। ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ରିସର୍ଚ େସଣ୍ଟର, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଇଣ୍ଟରପ୍ରିଟେସନ୍ ସେଣ୍ଟର ଏବଂ ମହାପ୍ରଭୁଙ୍କ ସଂପର୍କିତ ଏକାଧିକ ମ୍ୟୁଜିୟମ କରାଯିବ।
୧୭୩୯ ମସିହାର ଶ୍ରୀମନ୍ଦିର ଚତୁଃପାର୍ଶ୍ବ େଯଭଳି ସବୁଜ ଥିଲା, ଠିକ୍ େସମିତି ପରିବେଶ ସୃଷ୍ଟି କରାଯିବ। ଶ୍ରୀମନ୍ଦିର ଚାରିପାର୍ଶ୍ବକୁ ସବୁଜ ବଳୟ କରି ତା ପାଖରେ ଫୁଟ୍ ପାଥ୍ ନିର୍ମାଣ େହବ, ଯେଉଁଥିରେ ପର୍ଯ୍ୟଟକ ପରିକ୍ରମା କରିପାରିବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୬୦ ମିଟର ଭଙ୍ଗା ଯିବ ଓ ୩୭୫ ପାଖାପାଖି େଲାକଙ୍କୁ ସରକାର ଅନ୍ୟତ୍ର ଥଇଥାନ କରିବେ। ବିପଦସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ମଠକୁ ଭାଙ୍ଗି, ସେମାନଙ୍କର ମୂଳ ଶୈଳୀରେ ତଥା ଐତିହ୍ୟ ଛାପ ସହ (ମଠ ସଂଲଗ୍ନ ଥିବା ଜମିରେ) ପୁନଃ ନିର୍ମାଣ କରାଯିବ।
କେବଳ ସେତିକି ନୁେହଁ, ପୁରୀ ସମୁଦ୍ରରେ ଏକ ବିଶାଳ ଆକ୍ବାରିୟମ୍ କରିବା ଲାଗି ମୁଖ୍ୟମନ୍ତ୍ରୀ େଯାଜନା ଚଳାଇଛନ୍ତି। ପୁରୀ ଠାରୁ ଚିଲିକା ପର୍ଯ୍ୟନ୍ତ େଫରି ଯାତ୍ରା ଲାଗି ନକ୍ସା ପ୍ରସ୍ତୁତି ଚାଲିଛି। ପୁରୀ-ଭୁବନେଶ୍ବର ରାଜପଥର ପ୍ରଶସ୍ତିକରଣ କରାଯିବ ଓ ଭୁବନେଶ୍ବର ବିମାନ ବନ୍ଦରରୁ େରଳଷ୍ଟେସନ େଯାଡାଯାଇ ପର୍ଯ୍ୟଟକଙ୍କ ପାଇଁ ଏସି ଚେୟାର କାର ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର େକନ୍ଦ୍ରର ସହଯୋଗରେ କାର୍ଯ୍ୟ କରିବେ।
ଉଲ୍ଲେଖଯୋଗ୍ୟ, ବାରଣାସୀ ବା ଭାଟିକାନ୍ ସିଟି ଭଳି ପୁରୀର ବିକାଶ ହେବ େବାଲି ବିଭିନ୍ନ ସରକାରୀ ପଦାଧିକାରୀ େଦଉଥିବା ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ବିଜେ ସ୍ଥଳୀ ପୁରୀର ବିକାଶ କାହା ଢାଞ୍ଚାରେ ନୁହେଁ, ବରଂ ମହାପ୍ରଭୁଙ୍କ ଭଳି ତାଙ୍କ ପୀଠ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳୀରେ ପରିଣତ େହବ େବାଲି ମୁଖ୍ୟମନ୍ତ୍ରୀ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଆସନ୍ତା ୨୩ ତାରିଖରେ ଦ୍ବିତୀୟ ବୈଠକ ଡାକୁଥିବା ସୂଚନା ମିଳିଛି।