ସୁସ୍ଥ ହୋଇ ଘରକୁ ଫେରିଲେ ପପୁ ପମପମ୍‌; ‘ଟୋକାଟା ଫସିଗଲା’ରେ ପପୁଙ୍କୁ ପୁଣି ଦେଖିବେ ଦର୍ଶକ

ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍ ପପୁ ପମ୍‌ପମ୍‌ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି। ଦୀର୍ଘଦିନ ଧରି ସେ ପାନ୍‌କ୍ରିୟାସ ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ନିଆଯାଇଥିଲା । ସେଠାରେ ସେ ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସୁସ୍ଥ ହୋଇ ଫେରିଥିବା କଥା ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ପପୁ ପମପମ୍‌ ଏହି ଭିଡିଓରେ ସମସ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ଭଗବାନଙ୍କ ଆଶୀର୍ବାଦ ଏବଂ ଅଗଣିତ ସିନେପ୍ରେମୀଙ୍କ ଭଲପାଇବା ଯୋଗୁଁ ସେ ସୁସ୍ଥ ହୋଇ ଫେରିଛନ୍ତି।

ଓଲିଉଡର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମ୍‌ପମ୍‌ ଏବେ ସୁସ୍ଥ ଥିବା ଖବର ଓଲିଉଡରେ ଖୁସିର ଲହରୀ ଖେଳାଇ ଦେଇଛିା। ସେ ପରଦାରେ ପୁଣି ହସାଇବାକୁ ଆସୁଛନ୍ତି। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ରେ ପପୁ ପମ୍‌ପମ୍‌ଙ୍କୁ ଦର୍ଶକ ପୁଣି ଦେଖିବେ। ଏହି ସିନେମା ଆଗାମୀ ୧୨ ତାରିଖରେ ମୁକ୍ତିଲାଭ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର