ଅର୍ଥାଭାବ : ବିଷ ପିଇ ଆତ୍ମହତ୍ୟା କଲେ ରୋଗୀ

ସମ୍ବଲପୁର : ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିନପାରିବାରୁ ଜଣେ ରୋଗୀ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ଏବେ ସାରା ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। କୁଚିଣ୍ଡା ଥାନା କୁଣ୍ଡାପୋଷ ଗ୍ରାମର ଦେବରାଜ ପୃଷେଠ୍(୪୦) ଦୀର୍ଘ ଦିନ ହେବ ଯକୃତ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଟଙ୍କା ଯୋଗାଡ଼ କରି ପରିବାରଲୋକେ ତାଙ୍କୁ କଟକ ନେବେ ସ୍ଥିର କରି ଘରକୁ ନେଇଯାଇଥିଲେ। ତେବେ ଟଙ୍କା ଯୋଗାଡ଼ ହୋଇନପାରିବାରୁ ଏଥିରେ ମର୍ମାହତ ହୋଇ ଦେବରାଜ ଗତ ୨୫ ତାରିଖ ସକାଳେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାଲରେ ତାଙ୍କୁ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଏନେଇ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର