ସରକାରୀ ଉଦ୍ୟୋଗର କର୍ମଚାରୀଙ୍କୁ ରାଜ୍ୟ ସରକାରୀଙ୍କ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୨% ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ରାଜ୍ୟସରକାର ୨ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପ୍ରତିଶତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ସୂଚନା ମିଳିଛି। ତେବେ ଏହାକୁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି ବୋଲି କୁହାଯାଉଛି।

ତେବେ ଏହାପୂର୍ବରୁ ଅର୍ଥାତ୍‌ ଦଶହରାରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଥିଲେ। ପୂର୍ବରୁ ଏହା ୭ ପ୍ରତିଶତ ଥିବା ବେଳେ ଏହାକୁ ୯ ପ୍ରତିଶତକୁ ବୃଦ୍ଧିି କରାଯାଇଥିଲା। ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ମଧ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର