ଭୁବନେଶ୍ୱରରେ ପେଟ୍ରୋଲ ୭୮ ଟପିଲା

ଭୁବନେଶ୍ୱର : ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ଭୁବନେଶ୍ୱରରେ ରବିବାର ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ୭୧ ପଇସା ଏବଂ ଡିଜେଲ ଦର ୭୫ ଟଙ୍କା ୯୧ ପଇସା ଥିବାବେଳେ ସୋମବାର ଆହୁରି ମହଙ୍ଗା ହୋଇଛି। ସୋମବାର ପେଟ୍ରୋଲ ଦର ୭୮ ଟଙ୍କା ୨ ପଇସା ଏବଂ ଡିଜେଲ ଦର ୭୬ ଟଙ୍କା ୩୪ ପଇସାରେ ପହଞ୍ଚିଛି। ଏଥିସହିତ ପ୍ରିମିୟମ ପେଟ୍ରୋଲ ଦର ମଧ୍ୟ ୮୦ ଟଙ୍କା ୯୪ ପଇସା ଛୁଇଁଛି।

ସୂଚନାଯୋଗ୍ୟ, ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ୯ ଦିନ ହେଲା ବୃୃଦ୍ଧି ପାଉଛି। ଗତମାସ ୨୫ ତାରିଖରେ ଭୁବନେଶ୍ୱରରେ ଡିଜେଲର ଲିଟର ପିଛା ଦର ୭୪ ଟଙ୍କା ୨୧ ପଇସା ଥିବା ବେଳେ ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ୨ ଟଙ୍କା ୧୩ ପଇସା ବଢ଼ିଗଲାଣି। ସେହିଭଳି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ଉପରୋକ୍ତ ସମୟ ମଧ୍ୟରେ ୧ ଟଙ୍କା ୪୭ ପଇସା ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର