ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଭେଟି ସ୍କାରକପତ୍ର ଦେଲେ ବିଜେଡି ପ୍ରତିନିଧି ଦଳ
ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ମନମୁଖି ମନୋଭାବ ବିରୋଧରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ବିଜେଡି । ରାଷ୍ଟପତିଙ୍କୁ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏମଏସପି ବୃଦ୍ଧି ନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ମଧ୍ୟ ଏ ବାବଦରେ କର୍ଣ୍ଣପାତ କରୁନାହିଁ କେନ୍ଦ୍ର । ସେଥିପାଇଁ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛୁ ବୋଲି କହିଛନ୍ତି ସେ ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀର୍ଘ ବର୍ଷ ହେବ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି ହେଉଛି। ତାହା ଏବେ ରାଷ୍ଟ୍ରପତିଙ୍କ ଦରବାରକୁ ଯାଇଛି । ଦଳ ବଳ ସହିତ ମିଶି ରାଷ୍ଟ୍ରପତିଙ୍କୁ ନବୀନ ଦାବିପତ୍ର ଦେଇଛନ୍ତି । ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀ ଦରବାରରେ ବିଜେଡ଼ି ବିଶାଳ ସମାବେଶ କରିଥିଲା । ସମାବେଶରେ ବିଜେଡି ସୁପ୍ରିମୋଙ୍କ ସହ ଦଳର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହୋଇଛନ୍ତି ।୨୦୧୪ ନିର୍ବାଚନୀ ଇସ୍ତାହାର କଥା ଭୁଲି ଯାଇଛି କେନ୍ଦ୍ର । ଚାଷୀଙ୍କ ପାଇଁ ରାଜ୍ୟ ସରକାର କାମ କରିଚାଲିଛନ୍ତି । ଚାଷୀଙ୍କ ହକ ପାଇଁ ଲଢେଇ ଜାରି ରହିବ । ନିର୍ବାଚନ ଜିତିବା ପରେ ବିଜେଡି ପ୍ରତିଶ୍ରୁତି ପୂରଣ କରିଛିି । କିନ୍ତୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କଲାନି । ନିର୍ବାଚନୀ ଇସ୍ତାହାର ଦେଇଥିବା ପ୍ରତିଶ୍ରୁତି ପାଳନ କଲେନି କି ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିନଥିବା ସମାବେଶରେ ନବୀନ କହିଛନ୍ତି ।