ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ନେଇ ଶତାଧିକ କର୍ମୀଙ୍କ ସହ ହସ୍ପିଟାଲ ପରିସରରେ ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ବାଲେଶ୍ୱର : ମେଡିକାଲରେ ଅବ୍ୟବସ୍ଥା, ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିଥିବା ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେବ ବିପର୍ଯ୍ୟୟ ଅବସ୍ଥାରେ ପଡିରହିଛି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନା ଠିକ୍ ସମୟରେ ଡାକ୍ତର ଆସୁଛନ୍ତି, ନା ଭଲ ଭାବେ ରୋଗୀସେବା ହେଉଛି । ସ୍ୱାସ୍ଥ୍ୟସେବାର ସ୍ଥିତି ପରଖିବା ପାଇଁ ପୂର୍ବରୁ ଅନେକ ଥର ମେଡିକାଲକୁ ଅଚାନକ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲରେ କେମିତି ଚାଲିଛି ସ୍ୱାସ୍ଥ୍ୟସେବା, ସେନେଇ ସ୍ଥିତି ପରଖିବା ସହ ହସ୍ପିଟାଲର ବିଭିନ୍ନ ଅସୁବିଧା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ହେଲେ କୌଣସି କାର୍ଯ୍ୟନୁଷ୍ଠାନ ନିଆନଯିବାରୁ ଆଜି ରାତି ପାଖାପାଖି ୯ଟା ୩୦ ମିନିଟରୁ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଧାରଣା ସମ୍ପର୍କରେ ଖବର ପାଇବା ପରେ ମେଡିକାଲକୁ ଯାଇ ତାଙ୍କୁ ଭେଟିଥିଲେ ଜିଲ୍ଲାପାଳ । ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପୁନର୍ବାର ଧାରଣା ଜାରି ରଖିଥିବା ସୂଚନା ମିଳିଛି ।