ମହାକାଳପଡ଼ା: ଡେରିରେ ପହଞ୍ଚିବାରୁ ଆମ୍ବୁଲାନ୍ସ ଆଗରେ ମୃତ ରୋଗୀଙ୍କ ଶବ ରଖି ଆନ୍ଦୋଳନ

ମହାକାଳପଡ଼ା: କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ଲୁଣିମାଠିଆ ଗାଁରେ ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହିତ ପରିବାର ଲୋକେ ଆମ୍ବୁଲାନ୍ସ ଆଗରେ ମୃତଦେହ ରଖି ଆମ୍ବୁଲାନ୍ସ କର୍ମଚରରୀଙ୍କୁ ଅଟକ ରଖିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହ୍ୟଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଲୁଣିମାଠିଆ ଗାଁର ନଖିଆ ମଲ୍ଲିକ(୩୫ ବର୍ଷ) ଗତ କିଛି ଦିନ ହେବ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ତେବେ ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ରାମନଗର ଡାକ୍ତରଖାନା ନେଇଥିଲେ। ଡାକ୍ତର ତାଙ୍କର ଚିକିତ୍ସା କରିବା ସହିତ ନଖିଆଙ୍କୁ କଟକ ବଡ଼ ଡ଼ାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ। ତେବେ ଗତକାଲି ପରିବାର ଲାକେ ୧୦୮ ଆମ୍ବୁଲାନ୍ସକୁ ଡାକି ଥିଲେ ମଧ୍ୟ କାଲି ୧୦୮ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥିଲା। ଆଜି ସକାଳ ୭ଟା ବେଳେ ନଖିଆଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନେବା ପାଇଁ ଫୋନ କରାଯିବାରୁ ସକାଳ ୮ଟା ବେଳେ ବାବର ଡାକ୍ତରଖାନାରୁ ଆସି ଆମ୍ବୁଲାନ୍ସ ଲୁଣିମାଠିଆ ପହଞ୍ଚିଥିଲା। ମାତ୍ର ୭ଟା ୨୦ ବେଳକୁ ନଖିଆଙ୍କର ମୃତ୍ୟୁ ଘଟି ସାରିଥଲା। ତେବେ ଆମ୍ବୁଲାନ୍‌ସ ପହଞ୍ଚିବା ପରେ ଲୋକେ ମୃତଦେହ ଆଣି ଆମ୍ବୁଲାନ୍ସ ଆଗରେ ରଖି ଆମ୍ବୁଳାନ୍‌ସକୁ ଅଟକାଇବା ସହିତ ଏହାର କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି।

ସମ୍ବନ୍ଧିତ ଖବର