ଟ୍ରକରୁ ଉଦ୍ଧାର ହେଲା ବିଶାଳ ଅଜଗର ସାପ, ଡେରି ହୋଇଥିଲେ ଚାଲିଯାଇଥାନ୍ତା ଡ୍ରାଇଭରଙ୍କ ଜୀବନ

ନର୍ଲା: ଟ୍ରକରୁ ଉଦ୍ଧାର ହେଲା ବିଶାଳ ଅଜଗର | କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଛତିଗୁଡା ଛକରେ ଛିଡା ହୋଇଥିବା ଏକ ଟ୍ରକରୁ ବିଶାଳ ଅଜଗର ସାପଟିଏ ଉଦ୍ଧାର ହୋଇଛି | ମିଳିଥିବା ସୂଚନା ମୁତାବକ ଟ୍ରକ ଡ୍ରାଇଭର ଜଣକ ଗାଡ଼ିଟିକୁ ଯାଞ୍ଚ କରୁଥିବାବେଳେ ତେଲ ଟାଙ୍କି ଉପରେ ସାପଟିଏ ଥିବାର ଦେଖିଥିଲେ | ଏହା ପରେ ଭୟଭୀତ ହୋଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ | ଲୋକମାନେ ସେଠାରେ ଏକ ଅଜଗର ସାପ ଥିବାର ଜାଣିପାରିଥିଲେ |

ଏହା ପରେ କଳାହାଣ୍ଡି ବନଖଣ୍ଡ କର୍ମଚାରୀଙ୍କୁ ଏବାବଦରେ ସୂଚନା ଦିଆଯାଇଥିଲା | କଳାହାଣ୍ଡି ଉତ୍ତର ବନଖଣ୍ଡ କର୍ମଚାରୀ ଭବାନିପାଟଣାରୁ ଆସି ସାପଟିକୁ ଉଦ୍ଧାର କରିଥିଲେ |

ସାପଟି ପ୍ରାୟ ୭ ଫୁଟ ଲମ୍ବର ହୋଇଥିବାବେଳେ ଏହାକୁ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା | ବନ ବିଭାଗ ସାପଟିକୁ ଉଦ୍ଧାର କରି ନିକଟସ୍ଥ କେର୍କେଟା ଜଙ୍ଗଲରେ ଛାଡିଦେଇଥିଲେ | ବଡ କଥା ଯେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣକ ସାପଟିଏ ଥିବାର ଜାଣିପାରି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ |

ସମ୍ବନ୍ଧିତ ଖବର