ଏହି ଜିଲ୍ଲାମାନଙ୍କରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡ଼ି ମାରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବର୍ଷା ସମୟରେ ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବା ସହିତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ବାରଣ କରାଯାଇଛି। ବିଜୁଳି ମାରୁଥିବା ସମୟରେ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାରରୁ ନିଜକୁ ନିବୃତ୍ତ ରଖନ୍ତୁ।

ଗତକାଲି ଗୋପାଳପୁରରେ ସର୍ବାଧିକ ତାପମାତ୍ରା ୩୨.୮ଡିଗ୍ରୀ ଥିବା ବେଳେ ହୀରାକୁଦରେ ୧୯.୩ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ସମ୍ବଲପୁର, ରାୟଗଡ଼ା, କେନ୍ଦୁଝର, ଗଞ୍ଜାମ, ସୋନପୁର, ସୁନ୍ଦରଗଡ଼, ମୟୁରଭଞ୍ଜ, ଦେଓଗଡ଼, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଦେଓଗଡ଼, ଗଜପତି, ଅନୁଗୁଳ ଆଦି ସ୍ଥାନରେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର