ଅସରାଏ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ : କେମିତି ହେବ ରଥଯାତ୍ରା?

0 306

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପୁରୀରେ ଚାଲିଛି ଜୋରଦାର ପ୍ରସ୍ତୁତି। ରଥଯାତ୍ରାର ସଫଳ ଆୟୋଜନ ପାଇଁ ପ୍ରତିଦିନ ଚାଲିଛି ସମୀକ୍ଷା ପରେ ସମୀକ୍ଷା। ଇତିମଧ୍ୟରେ ଦୁଇ ଥର ରଥ ସମନ୍ଵୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ସାରିଲାଣି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ପୁଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ସ୍ଥିତିର ଟିକିନିକି ଅନୁଧ୍ୟାନ କରାଯାଉଛି। ତେବେ ଶୀତତାପ ନିୟନ୍ତ୍ରିତ ଘରେ ଚାଲିଥିବା ସମୀକ୍ଷାର ଅସଲ ରୂପ ଆଜି ବଡଦାଣ୍ଡରେ ପ୍ରବାହିତ ବର୍ଷାପାଣିରୁ ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଅସରାଏ ବର୍ଷାରେ ପୁରୀ ବଡଦାଣ୍ଡ ଜଳାର୍ଣ୍ଣବ ହୋଇପଡିବା ସହ ଆଣ୍ଠୁଏ ପାଣିର ସୁଅ ଛୁଟିଥିଲା। ରାସ୍ତାରେ ଭାସିଥିଲା ନଳା ଆବର୍ଜନା ପାଣି। ଘୋଷ ଯାତ୍ରା

ଅବ୍ୟବହିତ ପୂର୍ବରୁ ସହରର ନାଳନର୍ଦ୍ଦମାଗୁଡ଼ିକ ଯେଉଁଭଳି ସଫା ହେବା କଥା ତାହା ହୋଇନଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। କାମଚଳା ଢଙ୍ଗରେ ଡ୍ରେନ୍‌ ସବୁ ସଫା କରାଯାଉଛି। ବଡଦାଣ୍ଡର ମୁଖ୍ୟ ଡ୍ରେନ୍‌ ସଫା ହୋଇନଥିବା ଅଭିଯୋଗ ହୋଇଛି। କଢା ଯାଇଥିବା ପଙ୍କ ଡ୍ରେନ୍‌ରେ ମିଶିବା ଯୋଗୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ସହରର ମୁଖ୍ୟ ଡ୍ରେନ୍‌ ସମେତ, ସାହି ଗଳିକନ୍ଦିର ଡ୍ରେନ୍‌ ଅବରୁଦ୍ଧ ହୋଇରହିଛି। ଭିଆଇପି ରୋଡ ଓ ସମୁଦ୍ରକୂଳ (ମେରାଇନ୍‌ ଡ୍ରାଇଭ୍‌) ରାସ୍ତାରେ ମଧ୍ୟ ଆଣ୍ଠୁଏ ଲେଖା ପାଣି ଜମି ରହିଛି। ଚଳିତ ବର୍ଷ ଯୋଡ଼ା ଆଷାଢ ପଡୁଥିବାରୁ ଏଥର ଶ୍ରୀଗୁଣ୍ଡିଚା ଯାତ୍ରା ଜୁଲାଇ ୧୪ରେ ସଂପନ୍ନ ହେବ। ସୁତରାଂ ଆଗକୁ ଲଗାଣ ବର୍ଷା ହେଲେ ସଂଗୀନ ସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.