୩ଟି ଷ୍ଟେସନ୍‌ରେ ଉପଲବ୍ଧ ହେବ ରାଜଧାନୀ ଏକ୍ସପ୍ରେସ୍‌ ଟିକେଟ୍‌

ଚନ୍ଦ୍ରଶେଖରପୁର : ଭୁବନେଶ୍ୱରରୁ ସମ୍ବଲପୁର ସିଟି, ଝାରସୁଗୁଡ଼ା ଏବଂ ରାଉରକେଲା ଷ୍ଟେସନକୁ ରାଜଧାନୀ ଏକ୍ସପ୍ରେସ୍‌ରେ ଟିକେଟ୍‌ ଉପଲବ୍ଧ କରିିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଟିକେଟ୍‌ ପାଇଁ ଟିକେଟ ବୁକିଂରେ ଥିବା କଟକଣା କାରଣରୁ ଉପରୋକ୍ତ ଷ୍ଟେସନଗୁଡ଼ିକୁ ଯାତ୍ରୀମାନେ ରାଜଧାନୀରେ ଯାତ୍ରା କରିପାରୁନଥିଲେ। କିନ୍ତୁ ଯାତ୍ରୀମାନେ ଏହି ଟ୍ରେନ୍‌ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକ ମଧ୍ୟରୁ ନୂଆଦିଲ୍ଳୀ ଦିଗକୁ ଏହି ୩ଟି ଷ୍ଟେସନରୁ କରିପାରୁଥିଲେ। ଯାତ୍ରୀ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ପକ୍ଷରୁ ଏହି ଟ୍ରେନ୍‌ରେ ଭୁବନେଶ୍ୱରରୁ ଉପରୋକ୍ତ ଷ୍ଟେସନଗୁଡ଼ିକୁ ଥିବା କଟକଣାକୁ ଉଠାଇ ଦିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର