ଆର୍‌ଆଇଙ୍କ ସେକ୍ସ ଭିଡିଓ ଭାଇରାଲ୍‌; ଅଭିଯୁକ୍ତ କହିଲେ ସମ୍ପୂର୍ଣ୍ଣ ମିଛ

ରାଜନଗର: ରାଜନଗର ତହସିଲ ଅଧୀନ ରଙ୍ଗଣୀ ରାଜସ୍ୱ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକଙ୍କ ସେକ୍ସ ଭିଡିଓ ଭାଇରାଲ୍‌ ହୋଇଛି। ଫେସ୍‌ବୁକ୍‌ ଓ ହ୍ଵାଟ୍‌ସଆପ୍‌ରେ ଏହି ଭିଡିଓ ଘୂରି ବୁଲୁୁଛି। ୨ ଦିନ ହେଲା ରଙ୍ଗଣୀ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ ପ୍ରଶାନ୍ତ ମାଝୀଙ୍କ ୪୧ସେକେଣ୍ଡ୍‌ର ଏକ ଭିଡିଓ ଭାଇରାଲ୍‌ ହୋଇଛି। ମ୍ୟୁଟେସନ୍‌ କେଶ୍‌ କରାଇଦେବା ପାଇଁ ଜଣେ ମହିଳାଙ୍କ ସହ ରାଜସ୍ୱ ନିରୀକ୍ଷକ ସମ୍ପର୍କ ରଖିଥିବା ଏଥିରେ ଉଲ୍ଲେଖ ରହିଛି। ଶ୍ରୀ ମାଝୀ ରଙ୍ଗଣୀ ସର୍କଲର ଆରଆଇ ଦାୟିତ୍ୱରେ ଅଢେଇ ବର୍ଷ ଧରି ଥିଲେ। ଏବେ ସେ କେନ୍ଦ୍ରାପଡା ତହସିଲର ସାହସପୁର ରାଜସ୍ୱ ସର୍କଲରେ ସହକାରୀ ଆରଆଇ ଭାବେ କାର୍ଯ୍ୟରତ।

ଏ ସଂପର୍କରେ ଶ୍ରୀ ମାଝୀଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ୩ ଦିନ ତଳେ ତାଳଚୁଆ ଆର୍‌ଆଇ ତାଙ୍କୁ ଫୋନ୍‌ କରି ଏହି ସଂପର୍କରେ କହିଥିଲେ । ଏହି ଭିଡିଓ ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତିି।

ସମ୍ବନ୍ଧିତ ଖବର