ଜଳ ଭଣ୍ଡାର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ଖର୍ଚ୍ଚ ହେବ ୫କୋଟି

ଭୁବନେଶ୍ୱର : ରାଜ୍ୟର ୭ଟି ଜଳଭଣ୍ଡାର ପାରିପାର୍ଶ୍ୱିକ ଉନ୍ନତୀକରଣ କରାଯିବ। ଏଥିପାଇଁ ଜଳସମ୍ପଦ ବିଭାଗ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି।ବିଭିନ୍ନ ଜଳ ଭଣ୍ଡାରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ପାର୍କ ନିର୍ମାଣ କରିବା, ବଣଭୋଜି ପାଇଁ ସ୍ୱତନ୍ତ୍ର ପିଣ୍ଡି କରିବା, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଡନଳା ଡ୍ୟାମ୍‌ ସାଇଟ୍‌ ପାଇଁ ୭୭ଲକ୍ଷ, ହରଭାଙ୍ଗି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୮୮ଲକ୍ଷ, ନରାଜ୍‌ ବ୍ୟାରେଜ୍‌ର ପାରିପାର୍ଶ୍ୱିକ ଉନ୍ନତି ପାଇଁ ୧କୋଟି ୯୦ଲକ୍ଷ ଟଙ୍କା, ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟ ପାଇଁ ୧୦ଲକ୍ଷ, ସୁନାମୁହିଁ ପାଇଁ ୩୬ଲକ୍ଷ, ଦେଓଝରଣ ପାଇଁ ୪୯ଲକ୍ଷ ଏବଂ ବଡଚଣା ବ୍ଲକର କାଳକଳା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଉନ୍ନତୀକରଣ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର