ସ୍ବାଇନ୍‌ ଫ୍ଲୁ ୱାର୍ଡ ଖାଲି

ପୁରୁଣା ଟିକା ପାଇଁ ନେଲେନି ଅଧା କର୍ମଚାରୀ, ଡାକ୍ତର

କଟକ : ସ୍ବାଇନ୍ ଫ୍ଲୁ ଏବର୍ଷ ୪ଟି ମୁଣ୍ଡ ନେଲାଣି। ତଥାପି ଏସସିବି କର୍ତ୍ତୃପକ୍ଷଙ୍କ ଚେତିଲେ ନାହିଁ। ଏହି ରୋଗ ପାଇଁ ଯେଉଁ ସତର୍କତା ଅବଲମ୍ବନ କରାଯିବା କଥା ତା’ କରାଯାଉନି। ଗତକାଲି ଭେଣ୍ଟିଲେଟରରେ ଚିକିତ୍ସିତ କିଶନନଗର ଅଂଚଳ ମହମ୍ମଦପୁରର ବିଜ୍ଞାନ ବେହେରା(୩୨)ଙ୍କ ମୃତ୍ୟୁ ଘଟିବା ପରେ ଏବେ ସ୍ବାଇନ୍‌ ଫ୍ଲୁ ୱାର୍ଡ ଖାଲି ପଡିଛି। ଅନ୍ୟପଟେ ସ୍ବାଇନ୍‌ ଫ୍ଲୁ ସତର୍କତା ପାଇଁ ବିଭାଗ ପକ୍ଷରୁ ବିଳମ୍ବରେ ତଥା ନୂଆ ସ୍ଥାନରେ ଗତବର୍ଷ ଟିକା ହୋଇଥିବାରୁ ଅଧା କର୍ମଚାରୀ ଭୟରେ ଏହି ପ୍ରତିଶେଧକ ଟିକା ନେଉନଥିବା ଜଣାପଡ଼ିଛି।

ସ୍ବାଇନ୍‌ ଫ୍ଲୁ ସତର୍କତା ପାଇଁ ବିଭାଗ ପକ୍ଷରୁ ୭୦ଟି ଟିକା ମଗାଯାଇଥିଲା। ହେଲେ ୭୦ ବଦଲରେ ମାତ୍ର ୪୬ଟିକା ଆସିଛି। ତାହା ପୁଣି ଗତବର୍ଷର। ସ୍ବାଇନ୍‌ ଫ୍ଲୁ ୱାର୍ଡକୁ ୨୧ଟି ଟିକା ମିଳିଥିବା ବେଳେ ମାତ୍ର ୧୧ଜଣ ଟିକା ନେଇଛନ୍ତି। ଅନ୍ୟପଟେ ଏବର୍ଷ ଏସ୍‌ସିବି ମେଡିକାଲରେ ୨ମାସ ମଧ୍ୟରେ ସ୍ବାଇନ୍‌ ଫ୍ଲୁ ୪ଜଣଙ୍କ ଜୀବନ ନେଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ହେଲେ ସେମାନଙ୍କୁ ଏସ୍‌ସିବିକୁ ପଠାଇ ଦିଆଯାଉଛି। ଏପରିକି ଏସ୍‌ସିବିକୁ ଆସିଲା ବେଳକୁ ଅନେକଙ୍କ ମଲ୍ଟି ଅର୍ଗାନ ଫେଲ୍ ରହୁଥିବାରୁ ରୋଗୀଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖାଯାଉଛି। ବିଳମ୍ବିତ ପ୍ରକ୍ରିୟାରେ ଗୁରୁତର ରୋଗୀ ଆସୁଥିବାରୁ ଶେଷରେ ରୋଗୀଙ୍କ ଜୀବନ ଯାଉଛି। ପୁଣି ସ୍ବାଇନ୍‌ ଫ୍ଲୁ ୱାର୍ଡରେ ଚିକିତ୍ସା କରୁଥିବା ଡାକ୍ତର ଓ କର୍ମଚାରୀଙ୍କୁ ପ୍ରଥମରୁ ପ୍ରତିଶେଧକ ଟିକା ଦିଆଯିବା କଥା। କିନ୍ତୁ ସେଭଳି କରାନଯାଇନଥିବା ଜଣାପଡିଛି। ଏପରିକି ସେହି ଟିକାଗୁଡିକୁ ନେଇ ମଧ୍ୟ ସ‌େନ୍ଦହ ହେବାରୁ ଡାକ୍ତର ଓ କର୍ମଚାରୀ ମଧ୍ୟ ଟିକା ନେଉନଥିବା ଜଣାପଡିଛି। ଏଥି ପାଇଁ ଡାକ୍ତର ଓ କର୍ମଚାରୀ ରୋଗୀଙ୍କୁ ଚିକିତ୍ସା କରିବାକୁ ଭୟ କରୁଛନ୍ତି। ଏଠାରେ ସୂଚନା ଯୋଗ୍ୟ, ପ୍ରତି‌େଶଧକ ଟିକା ମାତ୍ର ୧ବର୍ଷ ପାଇଁ କ‌ାର୍ଯ୍ୟ କରିଥାଏ। କିନ୍ତୁ ଚଳିତବର୍ଷ ନୂଆ ଟିକା ବଦଳରେ ଗତବର୍ଷର ପୁରୁଣା ଟିକା ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର