ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ଚୂଡାନ୍ତ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସିସୋର ଚିଟଫଣ୍ଡ ଠକେଇ ମାମଲାର ଚୂଡାନ୍ତ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରରେ ଛନ୍ଦି ହୋଇ ବିଚାରଧୀନ କଏଦୀ ଭାବେ ଜେଲ୍‌ରେ ଥିବା କଟକ ସଦରର ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ମାମଲାରେ ବିଚାର କରି ମାନ୍ୟବର ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭ ତାରିଖରେ ହେବ ବୋଲି ଜଣାପଡ଼ିଛି।

ସିସୋର କମ୍ପାନି ସହ ଆର୍ଥିକ କାରବାର ଅଭିଯୋଗରେ ବିଧାୟକ ବିଶ୍ୱାଳଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ସିବିଆଇ ଗିରଫ କରିଥିଲା। ଏହାପରେ ସେ ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ହେଁ ତାହା ନାକଚ ହୋଇଯାଇଥିଲା। ଗତ ଜାନୁଆରିରେ ସିବିଆଇ ୫୫୦କୋଟିର ଏହି ଠକେଇ ମାମଲାରେ ଦ୍ୱିତୀୟ ଚାର୍ଜସିଟ ଦାଖଲ କରିଥିଲା। ଏହି ଚାର୍ଟସିଟରେ ବିଧାୟକ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ଅଭିଯୋଗ ରହିଥିଲା।

ସମ୍ବନ୍ଧିତ ଖବର