ପୁରୀ: ଜୁଲାଇ ୩ ତାରିଖରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସେବାୟତ ସମ୍ମିଳନୀ ବର୍ଜନ କରିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି, ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସମନ୍ଵୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହା ହେଉଛି ରଥଯାତ୍ରା ସମନ୍ଵୟ ବୈଠକର ଶେଷ କାର୍ଯ୍ୟକ୍ରମ।
Sambad is now on WhatsApp
Join and get latest news updates delivered to you via WhatsApp
ନିଳାଦ୍ରୀବିଜେ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କରିବା ଯାଏଁ ବିଭିନ୍ନ ପ୍ରସଙ୍ଗରେ ସେବାୟତମାନଙ୍କୁ ଅଯଥାରେ ଅପବାଦ ଦିଆଯାଉଥିାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କଥା କହିଛନ୍ତି।
ଏ ସବୁ ପ୍ରସଙ୍ଗ ଉଲ୍ଲେଖ କରାଯାଇଥିବା ପୋଷ୍ଟର୍ ସବୁକୁ ସେବାୟତମାନେ ଶ୍ରୀମନ୍ଦିର ଦ୍ୱାରରେ ମାରିଛନ୍ତି।
ସେବାୟତମାନଙ୍କ ନାମରେ ବାରମ୍ବାର ଅପବାଦ ପ୍ରଚାର କରାଯିବା ସହ ସେମାନଙ୍କୁ ଦମନ କରାଯାଉଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରାର ଶେଷ ବୈଠକ ବର୍ଜନ କରିବାକୁ ଏହି ପୋଷ୍ଟର୍ରେ ସେବାୟତମାନଙ୍କୁ ନିବେଦନ କରାଯାଇଛି।