ଚିଲିକାରେ ପ୍ରସ୍ତାବିତ ‘ସି ପ୍ଲେନ୍‌ ପ୍ରକଳ୍ପ’କୁ ‘ସିଡିଏ’ର ବିରୋଧ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ‘ସି ପ୍ଲେନ୍‌ ପ୍ରକଳ୍ପ’କୁ ସିଡିଏ ପକ୍ଷରୁ ବିରୋଧ କରାଯାଇଥିବା ଜଣାପଡ଼ିଛି। ବିଶ୍ୱ ପ୍ରସିଦ୍ଧ ‘ଚିଲିକା ହ୍ରଦ’ରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଉପରେ ଗବେଷଣା କରାଯିବା ପରେ ଚିିଲିକା ଉନ୍ନୟନ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଚିଲିକାରେ ସି ପ୍ଲେନ ପ୍ରକଳ୍ପକୁ ସିଡିଏ ସମର୍ଥନ ଜଣାଉ ନାହିଁ। ସିଡିଏ ପକ୍ଷରୁ ଆଶା କରାଯାଉଛି ଯେ, ଏହି ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ କରିବ।

ସି ପ୍ଲେନ୍‌ ପ୍ରକଳ୍ପ ହେବା ଦ୍ୱାରା ବିଦେଶୀ ପକ୍ଷୀମାନେ ଚିଲିକାକୁ ଆଗ ଭଳି ଆସିବେ ନାହିଁ। ଚିଲିକାରେ ପକ୍ଷୀ ବିହାର ପୂର୍ବ ଭଳି ଅପୂର୍ବ ସମ୍ଭାର ଦେଖିବାକୁ ମିଳିବ ନାହିଁ। ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ପର୍ଯ୍ୟଟକ ସଂଖ୍ୟା କମିବା ଦ୍ୱାରା ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେବେ। ସବୁଠାରୁ ବଡ଼ କଥା ହେଲା ଯେ ଚିଲିକା ହ୍ରଦ ଉପରେ ଶହ ଶହ ବର୍ଷ ହେବ ନିର୍ଭର କରି ଆସୁଥିବା ପ୍ରାୟ ୨ ଲକ୍ଷ ମତ୍ସଜୀବୀ ଜୀବିକା ହରାଇବାର ସମ୍ଭାବନା ରହୁଛି।

ସମ୍ବନ୍ଧିତ ଖବର