ଶ୍ରୀଜଗନ୍ନାଥ ବ୍ୟଞ୍ଜନ ରସଗୋଲା : ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ

ପୁରୀ : ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ‘ଶ୍ରୀଜଗନ୍ନାଥ ବ୍ୟଞ୍ଜନ ରସଗୋଲା’ ଶୀର୍ଷକ ଲଫାପା ପ୍ରଚଳନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରି ବିଜେ ସମୟରେ ରସଗୋଲାକୁ ନେଇ ଶ୍ରୀକ୍ଷେତ୍ରରେ ରହିଥିବା ପରମ୍ପରାକୁ ଏହି ଲଫାପା ବହନ କରିଛି। ପୁରୀ ମୁଖ୍ୟ ଡାକଘରେ ମାର୍ଚ୍ଚ ୧ ତାରିଖରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମୁଖ୍ୟ ମହାଡାକପାଳ ଡକ୍ଟର ସନ୍ତୋଷ କୁମାର କାମିଲା ଏହି ଲଫାପାକୁ ଉନ୍ମୋଚନ କରି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ।

ଉତ୍ସବରେ ‘ଶ୍ରୀକ୍ଷେତ୍ର ସାଙ୍ଗି’ର ସଭାପତି ମହେନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପୁରୀ ଡାକ ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସଂଜୟ କୁମାର ମହାପାତ୍ର, ପୁରୀ ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଦେବରାଜ ସେଠୀ, ସଂସ୍କୃତି ଗବେଷକ ଡକ୍ଟର ଅସିତ ମହାନ୍ତି, ଶ୍ରୀକ୍ଷେତ୍ର ସାଙ୍ଗିର ସଂପାଦକ ରମାବଲ୍ଲଭ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀଜଗନ୍ନାଥ ବ୍ୟଞ୍ଜନରେ ରସଗୋଲା ଏବଂ ଡାକ ବିଭାଗର ସ୍ୱତନ୍ତ୍ର ଲଫାପା ସଂପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଫିଲାଟେଲିକ୍‌ ବିଶେଷଜ୍ଞ ବିଜୟ କୁମାର ବିଶ୍ୱାଳ ସଭା ଆୟୋଜନ କରିଥିଲେ। ପୂର୍ବ ଭାରତ ଫିଲାଟେଲିକ୍‌ ଆସୋସିଏସନ୍‌ ପକ୍ଷରୁ କାଶୀନାଥ ସାହୁ ସ୍ୱତନ୍ତ୍ର ଲଫାପାର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ସଙ୍ଗୀତଜ୍ଞ ମିତାଲି ଚିନ୍ନାରା, ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ର, ‘ଆମ ଓଡ଼ିଶା’ର ସଂପାଦକ ସ୍ୱରାଜ ମିଶ୍ର, ଡକ୍ଟର ଅନୀତା ସାବତ ଓ ପୁଣ୍ୟ ଉତ୍କଳର ସଂଗଠନ ସଂପାଦକ ସୁଶାନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର