ଶ୍ରୀମନ୍ଦିର ସଂସ୍କାର ଦାୟିତ୍ବ ମୁଣ୍ଡାଇଲେ ଶଙ୍କରାଚାର୍ଯ୍ୟ

ପୁରୀ : ଶ୍ରୀମନ୍ଦିର ସାରା ବିଶ୍ବକୁ ମାର୍ଗଦର୍ଶନ କରୁଛି। କିନ୍ତୁ ଧାର୍ମିକ, ପ୍ରାଶାସନିକ ଓ ସେବକ ବ୍ୟବସ୍ଥାରେ ସମନ୍ବୟ ଓ ଶୃଙ୍ଖଳାର ଘୋର ଅଭାବ ଆଜି ସମସ୍ୟାର ପାହାଡ଼ ଠିଆ କଲାଣି। ବଡ଼ସାନ, ଆଚାର ବ୍ୟବହାରରେ ବି ଚରମ ବିଶୃଙ୍ଖଳା। ଖାସ୍ ଏଇଥିପାଇଁ ଶ୍ରୀମନ୍ଦିରରେ ସମସ୍ୟା ବଢ଼ି ବଢ଼ି ଚାଲିଛି। ହଜାର ହଜାର ବର୍ଷର ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ବିପଦ ସୃଷ୍ଟି େହଲାଣି। ବେଳ ଗଡ଼ିଗଲାଣି। ଏବେ ସୁଧୁରି ଯାଅ। ନିଜ ନିଜ ଭିତରେ ସମନ୍ବୟ ରଖ। ଆଚାର ବ୍ୟବହାରରେ ପରିବର୍ତନ ଆଣ। ଶ୍ରୀଜଗନ୍ନାଥ ସଂସ୍କୃତିର ଟେକ ରଖ। ନଚେତ୍ ସମୟ ବି କ୍ଷମା ଦେବନି।

ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଆଜି ଏଭଳି ଢଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କୁ ଚେତାବନୀ ଦେଇଛନ୍ତି। ସିଧା ସିଧା କହିଛନ୍ତି, ସମନ୍ବୟ ଭିତ୍ତିରେ ହିଁ ଶ୍ରୀମନ୍ଦିର ସଂସ୍କାର କରାଯାଇପାରିବ। ବ୍ୟାପକ ଆେଲାଚନା ପର୍ଯ୍ୟାେଲାଚନା ପରେ ସ୍ଥିର େହାଇଛି, ଏଣିକି ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ପ୍ରତି ତିନିମାସରେ ବୈଠକ ବସିବ ଓ ସୃଷ୍ଟି େହଉଥିବା ସମାଧାନର େଠାସ୍ ସମାଧାନ ରାସ୍ତା ବାହାର କରାଯିବ। ଉଭୟ ଗଜପତି ମହାରାଜା ଓ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ସହମତି ପ୍ରକାଶ କରିଛନ୍ତି।

େଗାଟିଏ ପଟେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର େନଇ ବିଚାର କରୁଛନ୍ତି। ଆମିକସକ୍ୟୁରି ନିଯୁକ୍ତି ଦିଆଯାଇଛି। ଠିକ୍ ଏମିତି ସମୟରେ ଶ୍ରୀମନ୍ଦିର ସଂସ୍କାର ପାଇଁ େଖାଦ୍ ପୁରୀ ପୀଠାଧୀଶ ଶଙ୍କରାଚାର୍ଯ୍ୟ ଅଣ୍ଟା ଭିଡିବା ଓ ନିଜେ େନତୃତ୍ବ େନବା ଘଟଣା ଶ୍ରୀଜଗନ୍ନାଥ େପ୍ରମୀଙ୍କୁ ଆଶ୍ବସ୍ତ କରିଛି।

ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ଣ ୧୦ଟାରେ ପୁରୀ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟି, ହାଇକୋର୍ଟ ଓ ଜିଲ୍ଲା କୋର୍ଟଙ୍କ ପ୍ରତିନିଧି, ଛତିଶାନିଯୋଗର କର୍ମକର୍ତାଙ୍କୁ ନେଇ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଘଣ୍ଟାଏ କି ଦୁଇଘଣ୍ଟା ନୁେହଁ, ଦୀର୍ଘ ୪ ଘଣ୍ଟା ଧରି ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ବରିଷ୍ଠ ସେବାୟତ ରବୀନ୍ଦ୍ରନାଥ ପ୍ରତିହାରୀ, ଆଇନ ବିଭାଗ ଅତିରିକ୍ତ କମିସନର, ରାଜ୍ୟ ଓକିଲ ସଂଘର କର୍ମକର୍ତା, ଜିଲ୍ଲା ଓକିଲ ସଂଘର ସଂପାଦକ ବିଭୂତିଶଙ୍କର ତ୍ରିପାଠୀ ପ୍ରମୁଖ ଆେଲାଚନା କରିଥିଲେ।

ଏହି ଅବସରରେ ଜଗତଗୁରୁ ଶଙ୍କାରାଚାର୍ଯ୍ୟ କହିଥିଲେ, ରୋଗକୁ ବୁଝି ପାରିଲେ ଏହାର ନିରାକରଣ ସହଜ। ଶ୍ରୀମନ୍ଦିରରେ ଆଜି ଯେଉଁ ଚରମ ବିଶୃଙ୍ଖଳା ଦେଖାଦେଇଛି, ମହାପ୍ରଭୁଙ୍କୁ ୧୪ ଘଣ୍ଟା ଅଖିଆ, ଅପୂଜା ରଖାଯାଇଛି, ତାହାର ମୁଖ୍ୟ କାରଣ ସମନ୍ବୟର ଅଭାବ। ଆଜି ଧାର୍ମିକ ବ୍ୟବସ୍ଥା, ପ୍ରଶାସନିକ ବ୍ୟବସ୍ଥା ଓ ସେବାୟତ ବ୍ୟବସ୍ଥାରେ ତାଳମେଳ ରହୁନି। କେହି କାହାରି କଥା ଶୁଣିବାକୁ ନାରାଜ। ଯେଉଁଥିପାଇଁ ଆଜି ଶ୍ରୀମନ୍ଦିର ଦୀଶାହୀନ ହୋଇଛି। ଏଣୁ ଏହି ପରିସ୍ଥିତିରେ ସୁଧାର ଆଣି ଶ୍ରୀମନ୍ଦିରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ପଡ଼ିବ। ଶ୍ରୀମନ୍ଦିର ସମସ୍ୟାରୁ ମୁକ୍ତ ହେଲେ ରାଜ୍ୟ, ଦେଶ ତଥା ବିଶ୍ବର ସ୍ଥିତି ବଦଳିବ।

ବୈଠକ ପରେ ଶଙ୍କରାଚାର୍ଯ୍ୟ କହିଥିଲେ, ସମନ୍ବୟ ହିଁ ଆଜିର ବୈଠକର ମୁଖ୍ୟ ପ୍ରସଙ୍ଗ ରହିଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏକସ୍ବରରେ ଶ୍ରୀମନ୍ଦିରର ସଂସ୍କାର ହେବା ଦରକାର ବୋଲି ମତ ଦେଇଛନ୍ତି। ଯେଉଁଥିପାଇଁ ଶ୍ରୀମନ୍ଦିରର ସମସ୍ୟା ସୁଧାରିବାକୁ ପ୍ରତି ତିନି ମାସରେ ଅର୍ଥାତ୍ ବର୍ଷକୁ ୪ ଥର ଆଜି ଭଳି ମିଳିତ ବୈଠକ ବସିବାକୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ସମସ୍ୟା ଉପସ୍ଥାପନ କରି ସମାଧାନର ଦିଗ ବାହାର କରାଯିବ।

ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ, ଆଧ୍ୟାତ୍ମିକ ପ୍ରଗତିରେ ଭୌତିକ ପ୍ରଗତି। ଆଗରୁ ଧାର୍ମିକ କ୍ଷେତ୍ର ଓ ପ୍ରଶାସନିକ କ୍ଷେତ୍ରରେ ସମନ୍ବୟରେ ସମସ୍ତ କାର୍ଯ୍ୟ ସଂପାଦନ ହେଉଥିଲା। ଜଗତଗୁରୁ ଶଙ୍କରଚାର୍ଯ୍ୟ ଧର୍ମଗୁରୁ ଓ ଧର୍ମ ନିର୍ଣ୍ଣାୟକ ଭାବେ କ୍ଷମତାସୀନ ଥିଲେ। ଏହିଠାରୁ ହିଁ ଅନ୍ୟମାନେ ଅନୁଶାସିତ ହେଉଥିଲେ। କିନ୍ତୁ ସରକାର ଶ୍ରୀମନ୍ଦିରକୁ ନିଜ ଅଧୀନକୁ ନେବା ଦିନଠାରୁ ଅର୍ଥାତ୍ ୧୯୬୦ ମସିହା ପରଠାରୁ ଏହି ଆଧ୍ୟାତ୍ମିକ ସ୍ଥାନରେ ବିଶୃଙ୍ଖଳା ଆରମ୍ଭ ହୋଇଛି। ଦୀର୍ଘ ୫୮ ବର୍ଷ ହେଲାଣି ଶ୍ରୀମନ୍ଦିର ନାନାଦି ସମସ୍ୟାରେ ଗତି କରୁଛି। ଶ୍ରୀମନ୍ଦିରରେ ଧାର୍ମିକ ବ୍ୟବସ୍ଥା ହେଉଛି ସର୍ବୋଚ୍ଚ ବ୍ୟବସ୍ଥା। ଏହାକୁ ଅମାନ୍ୟ କାରଣରୁ ଆଜି ଏଭଳି ଦୁର୍ଦ୍ଦିନ ପରିସ୍ଥିତି ଆଣିଦେଇଛି। ଏଥର ଶ୍ରୀମନ୍ଦିର ପରିସ୍ଥିତିରେ ସୁଧାର ଆଣିବାର ସମୟ ଆସିଛି। ଏହି ଦୃଷ୍ଟିରୁ ଏଥର ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯାହା କହିବେ, ପ୍ରଶାସନ ତାକୁ କାର୍ଯ୍ୟକାରୀ କରିବ ବୋଲି ଗଜପତି କହିଥିଲେ।

ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଆଜିର ଏଭଳି ବୈଠକକୁ ସ୍ବାଗତ ଜଣାଇବା ସହ ପ୍ରତି ତିନି ମାସରେ ବୈଠକ ନିଷ୍ପତ୍ତିକୁ ସହମତି ଜଣାଇଛନ୍ତି। ଏହି ବୈଠକ ତାକୁ ଚିନ୍ତାମୁକ୍ତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର