କାଠଯୋଡ଼ିରେ ବୁଡ଼ିଗଲେ ଅଭିଷେକ

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ପରୀକ୍ଷା ଫଳ ଜାଣିବା ବୋଧହୁଏ ତାଙ୍କ ଭାଗ୍ୟରେ ନଥିଲା। ଆଜି କାଠଯୋଡ଼ି କୂଳରେ ସାଙ୍ଗଙ୍କ ମେଳରେ ବଲ୍‌ ଖେଳୁଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି ମାଟି୍ରକ୍‌ ପରୀକ୍ଷା ଦେଇଥିବା ମଧୁପାଟଣା ବିଶଲ୍ୟକରଣୀ ଲେନ୍‌ର ଅଭିଷେକ ରାୟ। ଏପରି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଏଭଳି ଅଘଟଣକୁ ପରିବାର ତଥା ପାଖପଡ଼ିଶା ଗ୍ରହଣ କରିପାରୁନାହାନ୍ତି। ଘଟଣାର ପ୍ରକାଶ ଯେ, ବିଶଲ୍ୟକରଣୀ ଲେନ୍‌ବାସିନ୍ଦା ସରୋଜ କୁମାର ରାୟଙ୍କ ପୁଅ ଅଭିଷେକ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରହି ପଢ଼ୁଥିଲେ । ଅଭିଶେଖଙ୍କ ବଡ଼ ଭାଇ ବିଶଲ୍ୟକରଣୀ ଲେନ୍‌ରେ ବାପାଙ୍କ ସହିତ ରହୁଥିଲେ। ଆଜି ଅଭିଷେକ ତାଙ୍କ ୬/୭ ଜଣ ବନ୍ଧୁଙ୍କ ସହ ଅପରାହ୍ନ ପ୍ରାୟ ୩ଟା ବେଳେ ଖାନନଗର କାଠଯୋଡ଼ି ଚନ୍ଦନଘାଟକୁ ଆସିଥିଲେ । ସେ ନଦୀରେ ସାଙ୍ଗମାନଙ୍କ ସହିତ ବଲ୍‌ ଖେଳୁଥିଲେ । ହଠାତ୍‌ ଗଣ୍ଡରେ ଅଭିଷେକଙ୍କ ଗୋଡ଼ ଖସିଯିବାରୁ ତଳକୁ ଖସିଯାଇ ପାଣିରେ ବୁଡିଯାଇଥିଲେ।

ସମ୍ବନ୍ଧିତ ଖବର