ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଏବଂ ସର୍ତ୍ତ ହଟାଇବା ଦାବିରେ ଲୋୟର ପିଏମ୍ଜିରେ ଚାଲିଥିବା ଆନ୍ଦୋଳନ ତୀବ୍ର ରୂପ ନେବାକୁ ଯାଉଛି। ୩୧ଦିନ ଧାରଣାରେ ବସିବା ପରେ ବି ଦାବି ପୂରଣ ନହେବାରୁ ମିଳିତ ମଞ୍ଚ ସରକାରଙ୍କ ବିରୋଧରେ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ଆସନ୍ତା ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ସରକାର କିପରି ଶିକ୍ଷକ ଓ କର୍ମଚାରୀମାନଙ୍କୁ ପ୍ରତାରଣା କରିଛନ୍ତି ତାହା ପ୍ରଚାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମିଳିତ ମଞ୍ଚର ବସିଥିବା ଷ୍ଟିଅରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପ୍ରତ୍ୟେକ ପଞ୍ଚାୟତରେ ଶିକ୍ଷକ, କର୍ମଚାରୀମାନେ ପଦଯାତ୍ରା କରି ଅଭିଭାବକଙ୍କ ନିକଟକୁ ଯିବେ। ସରକାର କିପରି ସେମାନଙ୍କୁ ପ୍ରତାରଣା ଦେଇଛନ୍ତି ତା’ର ଲିଫଲେଟ୍ ବି ବାଣ୍ଟିବେ। ଏହି ପଦଯାତ୍ରାରେ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯିବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।