୩ ମନ୍ତ୍ରୀଙ୍କ ସହ ଶିକ୍ଷକ ସଂଘର ଆଲୋଚନା ବିଫଳ, ଆଗକୁ ବି ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର: ବିଭିନ୍ନ ସମସ୍ୟା ଦାବିରେ ଶିକ୍ଷକ ମିଳିତ ମଞ୍ଚର ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। ଶିକ୍ଷକ ସଂଘ ୩ ଜଣ ମନ୍ତ୍ରୀଙ୍କ ସହ ଗୁରୁବାର ହୋଇଥିବା ଆଲୋଚନା ବିଫଳ ପରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି କରିଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶିକ୍ଷକଙ୍କ ସମସ୍ୟା ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିକ୍ଷକ ନେତାମାନଙ୍କର ବୈଠକ ବସିଥିଲା। ଦୀର୍ଘ ସମୟ ଧରି ଆଲୋଚନା ଚାଲିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା। ଶିକ୍ଷକ ମିଳିତ ମଞ୍ଚ କହିଛି ମନ୍ତ୍ରୀସ୍ତରୀୟ ଆଲୋଚନା ବିଫଳ ହୋଇଛି। ତେଣୁ ଆନ୍ଦୋଳନ ପୂର୍ବପରି ଜାରି ରାହିବ। କାରଣ ସରକାର ଶିକ୍ଷକଙ୍କ ଦାବି ଶୁଣିବାକୁ ରାଜି ହୋଇ ନାହାନ୍ତି।

 

ସମ୍ବନ୍ଧିତ ଖବର