ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ହାଇକୋର୍ଟ ବାର୍‌ ଆସୋସିଏସନ୍‌ରୁ ୩ ଆଇନଜୀବୀ ବହିଷ୍କୃତ

କଟକ: ଗତ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ କରୁଥିବା ଓକିଲଙ୍କ ବିରୋଧରେ ହାଇକୋର୍ଟ ବାର ଆସୋସିଏସନ୍‌ ଶୁକ୍ରବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଆସୋସିଏସନ୍‌ରୁ ୩ ଜଣ ଆଇନଜୀବୀଙ୍କୁ ବହିଷ୍କାର କରାଯାଇଛି। ବାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ବିଜେଡି ଲିଗାଲ ଫ୍ରଣ୍ଟ ଆବାହକ ମିଲନ କାନୁନଗୋ, ବିଜେଡି ଆଇନଜୀବୀ ସାମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାର୍‌ର ପୂର୍ବତନ ଉପ-ସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଛି। ସେହିପରି ବାର କାଉନ୍‌ସିଲ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୂଆବଜାରରେ ଆଇନ୍‌ଜୀବୀଙ୍କୁ ଗତ ଅଗଷ୍ଟ ୨୮ ରାତିରେ ପୁଲିସ କର୍ମୀଙ୍କ ମାଡ଼ ବିରୋଧରେ ଗତ ଅଗଷ୍ଟ ୨୯ରୁ ବାର୍‌ ଆସୋସିଏସନ୍‌ ଆନ୍ଦୋଳନ ଜାରି ରଖିଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଆନ୍ଦୋଳନ ଆହୁରି ଏକ ସପ୍ତାହ ଜାରି ରହିବ। ନଭେମ୍ବର ୯ ଅପରାହ୍ନରେ ବାର୍‌ ଆସୋସିଏସନ୍‌ର ବୈଠକ ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର