ଭୁବନେଶ୍ୱର/ଢେଙ୍କାନାଳ: ହୋଲି ଖେଳ ପରେ ଅନିୟନ୍ତ୍ରିତ ହୋଇ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ତିନି ଜଣ ସାଙ୍ଗ ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲାର କାଇମାଟି ଛକରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଟାଉନଥାନା ଅନ୍ତର୍ଗତ ରାମେଶ୍ୱରପୁର ଅଞ୍ଚଳର ଶୁଭ୍ର ଶାଶ୍ୱତ ରାଉତରାୟ, ସଦର ଥାନା ଅନ୍ତର୍ଗତ କାଇମାଟିର ଧର୍ମାନନ୍ଦ ଦେହୁରୀ ଓ ଆଛନ୍ଦ ଗାଁର କୈଳାଶ ସାହୁ। ଦୁର୍ଘଟଣା ପରେ ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ହୋଲି ଖେଳ ଅବସରରେ ତିନି ଜଣ ସାଙ୍ଗ ଏକ ଭୋଜିଭାତରେ ଯୋଗ ଦେଇଥିଲେ। ସେମାନେ ଭୋଜି ଖାଇ ସାରି କପିଳାସ-ଢେଙ୍କାନାଳ ରାସ୍ତାରେ ଘରକୁ ଫେରୁଥିଲେ। ମୋଟର ସାଇକେଲର ଚାଳକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନି ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ସେହିପରି ଅନ୍ୟ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଜି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବଡ଼ନାଳ ଡ୍ୟାମରେ ବୁଡି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିଲା। ହୋଲି ଖେଳିବା ପରେ ସେମାନେ ଗାଧେଇବା ପାଇଁ ବଡ଼ନାଳ ଡ୍ୟାମକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ। ସମସ୍ତଙ୍କ ଘର ପଦ୍ମପୁର।
କଟକ କାଠଯୋଡ଼ି ନଦୀରେ ବୁଡ଼ି ଦୁଇଜଣ ଯୁବକ ପ୍ରାଣ ହରାଇଥିଲେ। ମୃତକମାନେ କଟକ ସହରର। ଜଣେ ନବମ ଶ୍ରେଣୀ ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ନଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ବାଲେଶ୍ୱରରେ ରଂଗ କିଣିବାକୁ ଯାଇଥିବା ଯୁବକଙ୍କୁ ଷଣ୍ଢ କଚାଡି ଫିଙ୍ଗିବା ପରେ ଟ୍ରକ ଚାପିଦେବାରୁ ଯୁବକଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ସୋର ଥାନା ଅଂଚଳ ମହୁମୁହାଣ ଗାଁର ନରେନ୍ଦ୍ର ଜେନା।ନରେନ୍ଦ୍ର ଜେନା ନିଜ ବାଇକରେ ରଂଗ କିଣିବାକୁ ଯାଇଥିବା ବେଳେ ୩ଟି ଷଣ୍ଢ ଲଢେଇ କରୁଥିଲେ।