ଗାଧୋଇବା ବେଳେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ୱର: ଗାଧୋଇବା ବେଳେ ପାଣିରେ ବୁଡ଼ି ଶୁକ୍ରବାର ୨ଟି ଭିନ୍ନ ଭିନ୍ନ ଘଟଣାରେ ୩ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି।

ଦେବଗଡ଼ ଜିଲ୍ଲା ବାରକୋଟ ସିଂହଶାଖ ଗାଁର ଓରାମଙ୍କ ନାବାଳିକା ଝିଅ ସୀତା ଓରାମ ଓ ଶିବ ଓରାମଙ୍କ ନିଜ ଝିଅ ଅଞ୍ଜନା ପାଣିରେ ବୁଡି ଜୀବନ ହରାଇଛନ୍ତି। ସୀତା ଓ ଅଞ୍ଜନା ଗାଧୋଇବାକୁ ଯାଇଥିଲେ। ସାଥୀରେ ପରିବାର ଲୋକ ମଧ୍ୟ ଯାଇଥିଲେ। ତେବେ ଗାଧୋଇବା ବେଳେ ଅସାବଧାନତା  ହେତୁ ସେମାନେ ବୁଡ଼ି ଯାଇଥିଲେ। ପରେ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଜଲତାମୁଣ୍ଡାରେ ଅନ୍ୟ ଘଟଣା ଘଟିଛି। ଗାଁର ଜଣେ ନାବାଳିକା ଇନ୍ଦ୍ରାବତୀ କେନାଲକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲା। ପରିବାର ଓ ଗାଁଲୋକେ ବହୁ ଖୋଜାଖୋଜି କରି ମଧ୍ୟ ତା’କୁ ପାଇ ନଥିଲେ।

ସମ୍ବନ୍ଧିତ ଖବର