ମାଲକାନଗିରି: ବାପାଙ୍କ ଦ୍ୱାଦଶାହରେ ୩ ଝିଅ ଜୀବନ୍ତ ଜଳିଗଲେ

ମାଲଲକାନଗିରି: ଆଜି ସକାଳେ ମାଲକାନଗିରି ଜିଲ୍ଲା ଜଗନ୍ନାଥମନ୍ଦିର ନିକଟସ୍ଥ ମାଉଲିଗୁଡ଼ି ସାହିରେ ଘଟିଛି ଏକ ଅଭବନୀୟ ଘଟଣା। ବାପାଙ୍କ ମୃତ୍ୟର ୧୨ ଦିନରେ ୩ ଭଉଣୀ ଜିଅନ୍ତା ଜଳି ଯାଇଛନ୍ତି।ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ୧୨ ଦିନ ତଳେ ମାଉଲିଗୁଡ଼ିି ସାହିର ନାଗେଶ୍ୱର ରାଓଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ରାଓଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଥିବା ବେଳେ ଘରେ ୩ ପୁଅ ଓ ୩ ଝିଅ ରହିଥିଲେ। ସେମାନଙ୍କ ମଧ୍ୟରୁ ଦୁଇପୁଅ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ରାଜମହେନ୍ଦ୍ରୀ ଯାଇଥିବାବେଳେ ଅନ୍ୟ ଜଣେ ପୁଅ ଲଣ୍ଡା ହେବା ପାଇଁ ଯାଇଥିଲେ। ଏହି ସମୟରେ ଘରେ ତିନି ଭଉଣୀ ଆମଲୁ(୨୦), ରେଣୁକା(୧୮) ଓ ମାଙ୍ଗା(୧୬ ବର୍ଷ) ଥିଲେ। ତେବେ ଡଠାତ ଘର ଭିତରୁ ପ୍ରବଳ ନିଆଁ ବାହାରିବା ଦେଖି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ମାତ୍ର ଘର ଭିତରପଟୁ ଦିଆଯାଇଥିଲା। ତେଣୁ ଛପର ଭାଙ୍ଗି ଗାଁ ଲୋକେ ଦମକଳ ସହିତ ମିଶି ନିଆଁକୁ ଆୟତ କରିଥିଲେ ମାତ୍ର ନିଆଁ ଲିଭିବା ପରେ ଯାହା ଦେଖିଲେ ସେଥିରେ ସମସ୍ଥଙ୍କ ଆଖି ଲୁହରେ ଭରି ଯାଇଥିଲା। ଘର ଭିତରେ ତିନି ଭଉଣୀ ସମ୍ପୂର୍ଣ୍ଣ ଜଳିଯାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି।


ସମ୍ଭବତଃ ୩ ଭଉଣୀ ବାପାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ରୋଷେଇଘରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଖୋଲି ଦେଇ ଏଥିରେ ନିଆଁ ଲଗାଇ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି କେତେକ କହୁଥିବା ବେଳେ ଘର ଭିତରେ ଥିିବା ୩ ଭଉଣୀ ଆକସ୍ମିକ ଅଗ୍ନିକାଣ୍ଡର ଶିକାର ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର