ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ନିରଞ୍ଜନ ପଟ୍ଟନାୟକ
ସ୍କୁଲ ଓ କଲେଜ ବସ୍, ପରୀକ୍ଷାର୍ଥୀ, ଆମ୍ବୁଲାନ୍ସ, ମେଡିସିନ୍ ଷ୍ଟୋର, କ୍ଷୀର ଗାଡ଼ିକୁ ବାଦ ଦିଆଯିବ
ଭୁବନେଶ୍ୱରା: ଆସନ୍ତା ସୋମବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଭାରତ ବନ୍ଦ୍ ଡାକରା ଦେଇଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବନ୍ଦ୍ ସଫଳ କରିବା ପାଇଁ ରବିବାର କଂଗ୍ରେସ ପକ୍ଷରୁ ଜନସଚେତନତା ଗାଡି ବାହାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କଂଗ୍ରେସ ଭବନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି। ତେଲ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଛନ୍ତି ନିରଞ୍ଜନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଜନତାଙ୍କୁ ଲୁଟୁଛନ୍ତି। କେବଳ ଏତିକି ନୁହେଁ ତେଲ ଦର କିଭଳି ପାକିସ୍ତାନ ଓ ଶ୍ରୀଲଙ୍କଠାରୁ ଅଧିକ ହୋଇଛି ତାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ। ତେବେ ଏହି ତେଲ ଦର ବୃଦ୍ଧିକୁ ନେଇ ମୋଦି ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିବା ସହିତ କେଉଁଠି ବିକାଶ ହୋଇଛି ତାର ଜବାବ ବି ମାଗିଛି । ସେପଟେ ସ୍କୁଲ ଓ କଲେଜ ବସ୍, ପରୀକ୍ଷାର୍ଥୀ, ଆମ୍ବୁଲାନ୍ସ, ମେଡିସିନ୍ ଷ୍ଟୋର, କ୍ଷୀର ଗାଡ଼ିକୁ ବନ୍ଦରୁ ବାଦ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ।