ଆସନ୍ତାକାଲି ପ୍ରକାଶ ପାଇବ ନାହିଁ ମାଟ୍ରିକ ପରୀକ୍ଷାଫଳ

ନିର୍ବାଚନ ଫଳାଫଳ ପରେ ବାହାରିପାରେ ମାଟ୍ରିକ ଫଳ

0

କଟକ: ସୋମବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ନାହିଁ। କେବେ ଫଳ ବାହାରିବ ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇ ନଥିବା ବୋର୍ଡ ସଭାପତି ରବିବାର କହିଛନ୍ତି । ଏହି ପ୍ରସଙ୍ଗରେ ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି ଯେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ ନେଇ କିଛି ବୋର୍ଡ ଅଧିକାରୀ ଗୁଜବ ସୃଷ୍ଟି କରିଛନ୍ତି । ଯେଉଁମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଆସନ୍ତାକାଲି ପରୀକ୍ଷାଫଳ ପ୍ରକାଶ ନହେବା ନେଇ ସେ ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚନା ଥାଉ କି ଚଳିତ ବର୍ଷ ୫.୨୩ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସାଧାରଣ ନିର୍ବାଚନ ଫଳାଫଳ ପରେ ହିଁ ମାଟ୍ରିକ ଫଳ ବାହାରିବ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.